ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବୌଦ୍ଧ ଜିଲ୍ଲା ଭାଜପା ପକ୍ଷରୁ ଗଣ ବିକ୍ଷୋଭ

53 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ) ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଘେରାଉ ଓ ମୁଖ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ ସହିତ ଇସ୍ତଫା ଦାବି କରା ଯାଇଥିଲା । ଏହି ବିକ୍ଷୋଭ ରେ ବୌଦ୍ଧ ଜିଲ୍ଲା ବିଜେପି ର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ -ସରୋଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ -ତ୍ରିପୁରାରୀ ବେହେରା,ମନୋରଞ୍ଜନ ମିଶ୍ର, ସଂଗ୍ରାମ କେଶୋରୀ ବେହେରାଙ୍କ ସମେତ ଶହଶହ ବିଜେପି କର୍ମୀ ସାମିଲ ରହି ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜଗତl,ବରିଷ୍ଠ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ଗୁଳି କରି ହତ୍ୟାର ଗୁମର ସିବିଆଇ ତଦନ୍ତ,ବିଜେଡି ଶାସନରେ ରାଜ୍ୟ ଅସୁରକ୍ଷିତ ଆଦି ନାରାବାଜି ଦେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଗଣ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Related Post

ଭୋଇପାଲି କେନ୍ଦୁପତ୍ର ଜବତ ଘଟଣାରେ ସମିତି ସଭ୍ୟ ଙ୍କୁ ଦୁଃବ୍ୟବହାର ପଦର୍ଶନ ନେଇ ଏସପି ଓ ଜିଲ୍ଲାପାଳ ଠାରେ ଲିଖିତ ଅଭିଯୋଗ

Posted by - July 29, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ଭୋଇପାଲି ଠାରେ କେନ୍ଦୁପତ୍ର ଜବତ ସମୟରେ ସ୍ଥାନୀୟ ସମିତି ସଭ୍ୟ ଙ୍କୁ ଦୁଃବ୍ୟବହାର ପଦର୍ଶନ ଘଟଣା କୁ…

ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ, ତିଳେଶ୍ୱର ଠାରେ ବାର୍ଷିକ ଉତ୍ସବ ପାଳନ

Posted by - March 31, 2022 0
ହରଭଙ୍ଗା ୩୧/୩(ଚିତ୍ତରଂଜନସିଂ)ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତିଳେଶ୍ୱର ଲାଲ ବାହାଦୂର ବିଦ୍ୟାପୀଠ ରେ ଗୁରୁବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ…

ଟିଟିଲାଗଡ ଷ୍ଟେଟବ୍ୟାଙ୍କ କର୍ମଚାରୀ ଶିବ ଶଙ୍କର ପଟ୍ଟନାୟକଙ୍କ ବଦଳି ବାତିଲ କରିବା ସହ ଟିଟିଲାଗଡ ଶାଖାକୁ ପ୍ରତ୍ୟାବର୍ତ୍ତନ ଦାବି

Posted by - July 29, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କ ପ୍ରଥମ ପସନ୍ଦ ଥିବା ବ୍ୟାଙ୍କ ଅଟେ। ଏହି ବ୍ୟାଙ୍କ ଉପରେ ଲୋକ ଆଖି ବୁଜି ବିଶ୍ୱାସ…

ଶରଧାପୁରରେ ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛତା ପକ୍ଷ

Posted by - August 4, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ହରଭଙ୍ଗା ବ୍ଲକର ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଶରଧାପୁରରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଏହି…

ବିଶୃଙ୍ଖଳା ପଡ଼ିଲା ମହଙ୍ଗା , ପୋଲିସ ମାଡରେ ଦର୍ଶକ ଘାଇଲା

Posted by - September 6, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶୃଙ୍ଖଳା କରିବା ପଡିଲା ମହଙ୍ଗା l ପୋଲିସ ମାଡରେ ଦର୍ଶକ ଘାଇଲା l ଗତକାଲି ସୁବର୍ଣ୍ଣପୁର ସହରର ମଝିପଡା…