ଆଶ୍ରମ ସମ୍ପାଦକଙ୍କ ମୁଥମାଡ଼ରେ ଛାତ୍ର ଆହତ

63 0

ହରଭଙ୍ଗା; ୧୪/୦୨(ଚିତ୍ତରଞ୍ଜନ ସିଂ)ଆଶ୍ରମ ଭଳି ସ୍ଥାନରେ ଛାତ୍ର ଙ୍କୁ ନିର୍ଯାତନା ଘଟଣା ଏବେ ପଦାକୁ ଆସିଛି!ଆଶ୍ରମ ସମ୍ପାଦକ ଙ୍କ ମାଡ଼ରେ ଛାତ୍ର ଚେତାଶୂନ୍ୟ ଭଳି ଅଭାବନୀୟ ଘଟଣା ଏବେ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମକୃଷ୍ଣ ବାଳାଶ୍ରମ ବିରନରସିଂହ ପୁର ଠାରେ !ରାମକୃଷ୍ଣ ବାଳାଶ୍ରମ ର ଜୈନିକ ଛାତ୍ର ବିରନରସିଂହପୁର ସାଧୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀରେ ପାଠ ପଢୁଥିଲେ !ଗତକାଲି ଦେହ ଅସୁସ୍ଥତା ଥିବା ହେତୁ ସ୍କୁଲ କୁ ପଢିବା କୁ ନଯାଇ ଆଶ୍ରମ ରେ ବିଶ୍ରାମ ନେଉଥିବା ସମୟରେ ଆଶ୍ରମ ର ସମ୍ପାଦକ ଦିନ ୧୨ଘଣ୍ଟା ସମୟରେ କାହିଁକି ପଢ଼ୀ ଯାଇନୁ ବୋଲି ଛାତ୍ର ଙ୍କୁ ପଚାରିବୁଝିଥିଲେ।

ଛାତ୍ର ଟି ଦେହ ଅସୁସ୍ଥତା ଥିବାର ଜଣାଇବା ପରେ ସମ୍ପାଦକ ଉତକ୍ଷିପ୍ତ ହୋଇ ଛାତ୍ର ଙ୍କ କର୍ଣ୍ଣମୁଳୀ ରେ ଏକ ଶକ୍ତ ମୁଥି ମାରିଥିଲେ ଯାହା ଫଳରେ ଛାତ୍ର ଟି ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ!ବହୁ ବିଳମ୍ବ ପରେ ପ୍ରାୟ ସନ୍ଧ୍ୟା 5ଘଣ୍ଟା ସମୟରେ ଛାତ୍ର ଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତର ଖାନାକୁ ନିଆଯାଇଥିଲା!ଡାକ୍ତର ସେଠାରେ ଚିକିତ୍ସା କରି ସିଟି ସ୍କାନିଂ ପାଇଁ ବୁର୍ଲା ବଡମେଡିକାଲ କୁ ନେବାପାଇଁ କହିଥିଲେ !

କିନ୍ତୁ ପିଲାଟିକୁ ବୁର୍ଲା ନ ନେଇ ତରବରିଆ ଭାବେ କାହିଁକି ଆଶ୍ରମ କୁ ଅଣାଗଲା ତାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି!ଛାତ୍ର ର ଅଭିଯୋଗ ଅନୁଯାଇ ଏସମ୍ପକ ରେ ଆଶ୍ରମ ର ସମ୍ପାଦକ ଙ୍କୁ ମାଡ଼ ମାରିବା ଘଟଣା ବିଷୟରେ ପଚାରିବାରୁ ମୁଁ ଗତକାଲି ଛୁଟିରେ ଥିଲି ମୋ ନାଁ ରେ ଏହା ଷଡଯନ୍ତ୍ର କରାଯାଇଛି ବୋଲି ପ୍ରତିଉତ୍ତର ଦେଇଥିଲେ!ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣା ର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣ ରେ ଦାବି ହେଉଛି l

Related Post

ମହାବାତ୍ୟା ‘ଅମ୍ଫାନ’ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ, ଆଜି ରାତିରେ ପବନର ବେଗ ହଠାତ୍ ବଢ଼ିପାରେ,: ଏସ୍ଆରସି

Posted by - May 19, 2020 0
ଭୁବନେଶ୍ବର:ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି, ଆଜି ବିଳମ୍ବିତ ରାତିରେ ହଠାତ ପବନ ବହିବା ନେଇ ଆଶଙ୍କା ରହିଛି ।…

ସଂକ୍ରମିତ ଙ୍କ ସଂଖ୍ୟା ବଢୁଛି,ଟେଷ୍ଟିଙ୍ଗ କମୁଛି ,କାହିଁକି ଜାଣନ୍ତୁ

Posted by - June 13, 2020 0
ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଆଜି ଦୁଇ ଅଙ୍କ ଛୁଇଁଛି। ଗଞ୍ଜାମର ଜଣେ ୫୫ବର୍ଷୀୟ ପୁରୁଷ କରୋନା ପଜିଟିଭ୍ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।…

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦଲାଲର ଆଖ୍ୟା ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କନ୍ଧ ଯୁବ ସମାଜ

Posted by - June 17, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଦିବାସି ନେତା ନିରଞ୍ଜନ ବିଶିଙ୍କୁ ବିଜେଡ଼ି ଦଳ ରାଜ୍ୟସଭା ସାଂସଦ ରୂପେ ଦିଲ୍ଲୀକୁ ପଠାଇବା ପରେ ଏବେ ଆଦିବାସୀ ସଂଘରେ ନିରଞ୍ଜନ ବିଶିଙ୍କୁ ଦଲାଲର…

ବାଲ୍ୟ ବିବାହ ବନ୍ଧ କଲା ଜିଲ୍ଲା ପ୍ରଶାସନ

Posted by - February 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ଆଜି କଣ୍ଟାମାଳ ବ୍ଳକ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼କୁଶଙ୍ଗ ଗ୍ରାମରେ ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଦୀର୍ଘ ଦୁଇମାସ…

ରାଜ୍ୟ ବିଜେପି ପକ୍ଷରୁ କଳାହାଣ୍ଡି ଏସ୍ ପି ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ସମଗ୍ର ରାଜ୍ୟ ଉଠୁଛି ପଡୁଛି କିନ୍ତୁ…