ଯାଜପୁର ମହୋତ୍ସବ ଉଦ୍‌ଯାପିତ, ଶେଷ ସନ୍ଧ୍ୟାରେ ନାହିଁନଥିବା ଭିଡ଼

181 0

ଯାଜପୁର:ଛଅଦିନ ଧରି ଚାଲିଥିବା ଯାଜପୁର ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଛି। ଶେଷ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସାରିକା ସିଂଙ୍କ ଓଡ଼ିଆ ଗୀତ ଅଭିମାନିନୀ ଏ ଅମାନିଆ ଢେଉ…ର ତାଳେତାଳେ ଦର୍ଶକ ଝୁମିଥିଲେ। ସ୍ଥାନୀୟ କଳାକାରଙ୍କ ସମେତ ଜ୍ୟାକସ୍‌ନ୍ ଡ୍ୟାନ୍ସ ଗ୍ରୁପ୍‌ ଓ ଡିଏଭି ଡ୍ୟାନ୍ସ ଗ୍ରୁପ୍‌ଙ୍କ ନୃତ୍ୟରୁ ଆଜିର ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା। ଓଡ଼ିଆ ଅଭିନେତା ପୁପିନ୍ଦର ଓ ଗୁନଗୁନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଦେଶରୁ ଆସିଥିବା ୧୦ଜଣ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପାଇଁ ଯାଜପୁର ସହର ସମେତ ପୂରା ଜିଲ୍ଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା।

ଦୈନିକ ବଲିଉଡ୍‌ ଏବଂ ଓଲିଉଡ୍‌ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲକ୍ଷାଧିକ ଦର୍ଶକ ଆସୁଥିଲେ। ପ୍ରଥମ ଦିନ ବଲିଉଡ୍‌ର ସୁନିଧି ଚୌହାନ, ଦ୍ବିତୀୟ ଦିନ ଆୟୁଷ୍ମାନ ଖୁରାନା, ତୃତୀୟ ଦିନ ଅମିତ ତ୍ରିବେଦୀ, ଚତୁର୍ଥ ଦିନ ଜାଭେଦ ଅଲ୍ଲୀ, ପଞ୍ଚମ ଦିନ ଶ୍ରେୟା ‌ଘୋଷାଲ ଯାଜପୁର ମହୋତ୍ସବ ମଞ୍ଚକୁ ରଙ୍ଗିନ କରିଥିଲେ। ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ପଲ୍ଲିଶ୍ରୀ ମେଳାରୁ ମହିଳାଙ୍କ ହାତ ତିଆରି ସାମଗ୍ରୀ କିଣିଥିଲେ। ଏଥିସହ ଚାଷୀଙ୍କୁ ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି ବିକ୍ରି ରେକର୍ଡ କରିଛି। ୬ ଦିନରେ ଏହି ମେଳାରେ ୪ କୋଟି ଟଙ୍କା ଜିନିଷ ବିକ୍ରି ହୋଇଥିବା ପ୍ରଶାସନ କହିଛି। ସେହିପରି ପଲ୍ଲିଶ୍ରୀ ମେଳାରେ ମଧ୍ୟ ୨୨୦ଟି ଷ୍ଟଲ୍‌ରେ ଏସ୍‌ଏଚ୍‌ଜି ମହିଳାମାନେ ଭଲ ବ୍ୟବସାୟ କରିଛନ୍ତି। ଏହି ଉତ୍ସବର ସଫଳତା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।

Related Post

ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ

Posted by - July 10, 2019 0
ଭୁବନେଶ୍ୱର,୧୦ା୭ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ପହିଲାରୁ ଜୁଲାଇ ୯ ଯାଏ ରାଜ୍ୟରେ ସ୍ବାଭାବିକଠାରୁ ୧୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟରେ…

ମୋଦି@୨୦ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ,ନରେନ୍ଦ୍ର ମୋଦି ବିଶ୍ଵର ସର୍ବାଧିକ ଚର୍ଚ୍ଚିତ ରାଜନେତା : ଆନ୍ଧ୍ରରାଜ୍ୟପାଳ

Posted by - November 23, 2022 0
ଭୁବନେଶ୍ୱର:୨୩.୧୧. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମନିର୍ଭର ଓ ସର୍ବ ଶକ୍ତି ସମ୍ପନ୍ନ ବନାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ…

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ : ଜରାଜିର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର

Posted by - May 27, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ )ବାରଣ୍ତାରେ କୋମଳମତି ଶିଶୁ ମାନେ ପାଠ ପଢ଼ନ୍ତି।ମହାମାରୀ କରୋନା ପାଇଁ ଏବେ ପାଠ ପଢା ହେଇ ପାରୁ ନାହିଁ।କେନ୍ଦ୍ର ତଥା ରାଜ୍ୟ ସରକାର…

ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ 

Posted by - April 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଉପର ବରୁହାଁ ପଞ୍ଚାୟତ କେତକୀଆ ଆଦ୍ୟଶକ୍ତି ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି ।…