ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ବ୍ଲକ ମୂର୍ଶୁଣ୍ଢି ପଂଚାୟତ ଖେଳ ପଡିଆ ପରିସରରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆୟୋଜନ ରେ ଜାତୀୟ ପ୍ରାଣିଧନ ମିଶନ ଆନୁକୁଲ୍ୟରେ ବୌଦ୍ଧ ବ୍ଲକ ସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗ ଦେଇ ଗୋ ପ୍ରଦର୍ଶନ କୁ ବୁଲି ଦେଖିଥିଲେ l ଏହା ପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରଦୀପ୍ତ କୁମାର ରଥ ସଭାପତିତ୍ବ କରିଥିଲେ l
ମୂଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ଗୋମାତା ମାନଙ୍କ ସେବାରେ ବ୍ରତି ହୋଇଥିବା ଗୋସେବକ ମାନଂକୁ ପ୍ରସଂଶା କରିଥିଲେ l ଗୋସେବା କରି ନିଜର ଅର୍ଥନୈତିକ ଅଭିବୃଦ୍ଧି ସହିତ ଏକ ପୂଣ୍ୟ କାର୍ଯ୍ୟ ପାଇଁ ଧନ୍ୟବାଦ୍ ପ୍ରଦାନ କରିଥିଲେ l ଡ଼ା ସଂଘମିତ୍ରା ପରିମାଣିକ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ ଡ଼ା ନିରୋଦ ଚନ୍ଦ୍ର କହଁର ଓ ଡ଼ା ପ୍ରଭାସ କୁମାର ବେହେରା, ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ,ମୃଷୁଣ୍ଡୀ ପଂଚାୟତ ସରପଞ୍ଚ ମଧୁମିତା ବେହେରା, ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ବିରେନ୍ଦ୍ର କୁମାର ପୃଷ୍ଟି ଯୋଗଦେଇ ଚାଷୀ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ l
ଏହାପରେ କୃଷକ ଓ ବୈଜ୍ଞାନିକ ମଧ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ସରକାରୀ ଯୋଜନା ଓ ରୋଗ ର ପ୍ରତିକାର ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଏହି ଅବସରରେ ଗାଈ, ଛଡ଼ା, ବାଛୁରୀ ମାନଙ୍କ ମାଲିକ ମାନଂକୁ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଉପ ନିର୍ଦ୍ଧେଶକ ଡ଼ା ହୃଷିକେଶ ବେହେରା, ବାଉଂଶୁଣୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରିୟବ୍ରତ ବେହେରା, ପ୍ରମୁଖ ଆୟୋଜନ ନିମନ୍ତେ ସକ୍ରିୟ ସହଯୋଗ କରିଥିଲେ l