Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ନବ ଦାସଙ୍କୁ ୱାର୍ଲଡ ଓଡ଼ିଶା ସୋସାଇଟି ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ

67 0

ଭୁବନେଶ୍ୱର/ନୂଆଦିଲ୍ଲୀ:୧୧ା୨: ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଅକାଳ ବିୟୋଗରେ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକ ଶୋକବାର୍ତ୍ତାରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଓଡ଼ିଶା ଜଣେ ଦୂରଦୃଷ୍ଟି ସମ୍ପନ୍ନ, କାମିକା ଏବଂ କୁଶଳୀ ନେତାଙ୍କୁ ହରାଇଲା ବୋଲି ସୂଚାଇଛନ୍ତି । ତାଙ୍କର ପରଲୋକରେ ରାଜ୍ୟର ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦଳମତ ନିର୍ବିଶେଷରେ ସାଧାରଣ ଲୋକଙ୍କର ସେବା କରୁଥିବା ଭଳି ଜଣେ ରାଷ୍ଟ୍ରନୀତିଜ୍ଞଙ୍କର ଅର୍ନ୍ତଧ୍ୟାନ ଘଟିଲା ବୋଲି ଶ୍ରୀ ଦ୍ୱିବେଦୀ ଦର୍ଶାଇଛନ୍ତି ।

ବିଶେଷ କରି କରୋନା ମହାମାରୀ କାଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଶ୍ରୀ ଦାସ ଯେଭଳି ଭାବରେ ଅତ୍ୟନ୍ତ ସକ୍ରୀୟ ରହି ଓଡ଼ିଶାର କୋଭିଡ୍‍ ପରିଚାଳନାକୁ ତଦାରଖ କରୁଥିଲେ ଏବଂ ବିଦେଶରୁ ଅମ୍ଳଜାନ ମଗାଇବା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ସ୍ୱାସ୍ଥ୍ୟଗତ ସୁବିଧା ସୁଯୋଗ ଉପଲବ୍ଧ କରାଇ ମୃତ୍ୟୁ ହାରକୁ କାବୁରେ ରଖି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗର୍ବ, ଗୌରବ ଏବଂ ପ୍ରଶଂସାର ବାହକ ହୋଇଥିଲେ, ତାହା ଅତୁଳନୀୟ ଥିଲା ବୋଲି ୱାଓସୋ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇ କୁହାଯାଇଛି । ବ୍ୟକ୍ତିଗତ ଭାବରେ ଶ୍ରୀ ଦାସ, ତାଙ୍କର କନିଷ୍ଠ ଭାଇ ସଦୃଶ ପାରିବାରିକ ହିତାକାଂକ୍ଷୀ ଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ଦ୍ୱିବେଦୀ, ତାଙ୍କର ସ୍ମୃତି ଓ ସାନ୍ନିଧ୍ୟ ଚିର ସ୍ମରଣୀୟ ରହିବ ବୋଲି କହିଛନ୍ତି ।

ଘୋର କୋଭିଡ କାଳରେ ବହୁ ବ୍ୟସ୍ତତା ସତ୍ତ୍ୱେ ଶ୍ରୀ ଦାସ ଯେଭଳି ଶୀ ଦ୍ୱିବେଦୀଙ୍କର ଭୁବନେଶ୍ୱରସ୍ଥିତ ବାସଭବନକୁ ଆସି ରାଜ୍ୟର ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ବିଷୟରେ ତାଙ୍କ ସହିତ ଦୀର୍ଘ ୩ ଘଣ୍ଟା କାଳ ଆଲୋଚନା କରିଥିଲେ ସେହି ଆତ୍ମୀୟତା ଓ ଅନ୍ତରଙ୍ଗ ମୁହୂର୍ତ୍ତକୁ କେବେ ଭୁଲି ପାରିବେ ନାହିଁ ବୋଲି ଶ୍ରୀ ଦ୍ୱିବେଦୀ ପ୍ରକାଶ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀ ଦାସଙ୍କର ଅମର ଆତ୍ମାକୁ ଚିର ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କର ପତ୍ନୀ, ଝିଅ, ପୁଅ ଏବଂ ଅନ୍ୟାନ୍ୟ ପରିବାରବର୍ଗଙ୍କୁ ଏହି ଅକସ୍ମାତ ଦାରୁଣ ଦୁଃଖକୁ ବରଦାସ୍ତ କରିବାକୁ ଅସୀମ ଧର୍ଯ୍ୟ ତଥା ଅଜସ୍ର ଶକ୍ତି ଯୋଗାଇ ଦେବାକୁ ଶ୍ରୀ ଦ୍ୱିବେଦୀ ପ୍ରାର୍ଥନା କରିଛନ୍ତି ।

Related Post

ସାଧାରଣତନ୍ତ୍ର ଦିବସ ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଭାଷଣ ଠିକ୍‌ରେ ପଢ଼ିପାରିଲେ ନାହିଁ

Posted by - January 28, 2019 0
ମଧ୍ୟପ୍ରଦେଶ  :ଗ୍ୱାଲିଅରର ଏସ୍ଏଏଫ୍ ଗ୍ରାଉଣ୍ଡରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଇମର୍ତ୍ତୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଇମର୍ତ୍ତୀ ଦେବୀ ପତାକା ଉତ୍ତୋଳନ ପରେ ଅଭିଭାଷଣ ଦେବାର ଥିଲା।…

ବିଶ୍ବ ଓଡିଆ ଏକଜୁଟ ହେବାକୁ ୱାର୍ଲଡ ଓଡ଼ିଶା ସୋସାଇଟିର ଡାକରା ୱାର୍ଲଡ ଓଡ଼ିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳନ

Posted by - January 16, 2023 0
ଭୁବନେଶ୍ବର /ନୂଆଦିଲ୍ଲୀ:୧୫.୧ ବିଶ୍ୱଭରି ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ମାନସିକ ସୁସ୍ଥତା ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ର

Posted by - November 15, 2022 0
କାନବେରା: ତା ୧୫.୧୧.୨୦୨୨, ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ମୁକୁନ୍ଦାନନ୍ଦଙ୍କର ଭାବଗର୍ଭକ ପ୍ରବଚନରେ ବିଶ୍ଵଭରି ଶ୍ରୋତାଗଣ ନିକଟରେ ଅଭିଭୂତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା। ଅଷ୍ଟ୍ରେଲିଆ ଓଡ଼ିଆ ସମାଜ…

ମୁଖ୍ୟନିର୍ବାଚନ କମିଶନର ଙ୍କ ରାଜନୈତିକ ଦଳ ମାନଙ୍କୁ ଚେତାବନୀ:କ୍ରିମିନାଲ ରେକର୍ଡ଼ ଥିବା ପ୍ରାର୍ଥୀଙ୍କ ତଥ୍ୟ ଗଣମାଧ୍ୟମରେ ସାର୍ବଜନୀନ କରିବାକୁ ପଡ଼ିବ

Posted by - December 24, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିର୍ବାଚନ ରେ ପ୍ରାର୍ଥୀ ହେଉଥିବା ଅପରାଧିକ ଶ୍ରେଣୀର ବ୍ୟକ୍ତି ମାନେ ଏଥର ଆଉ ଖସି ପାରିବେ ନାହିଁ।କ୍ରିମିନାଲ ରେକର୍ଡ଼…

କରୋନା ଭାଇରସର ସମାଧାନ ଲକ୍‌ଡାଉନ ନୁହେଁ ,ରାପିଡ୍‌ ଟେଷ୍ଟ୍‌ ଜରୁରୀ:-ରାହୁଲ ଗାନ୍ଧି

Posted by - April 16, 2020 1,311
ନୂଆଦିଲ୍ଲୀ: ଲକଡାଉନ ଜାରି କରି ମହାମାରୀ କରୋନାକୁ ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ…