ହରଭଙ୍ଗା :୧୦/୦୨(ଚିତ୍ତରଞ୍ଜନ ସିଂ)ତୁଳା କନ୍ୟା ନେଇ ଯାଉଥିବା ବସ ଦୁର୍ଘଟଣା!କନ୍ୟା ସମେତ ଅଳ୍ପକେ ବର୍ତିଲେ 25ଜଣ ଯାତ୍ରୀ!ସୂଚନା ଥାଉକି ବ୍ରହ୍ମପୁର କବିସୂର୍ଯ୍ୟନଗର ରୁ ରାଉରକେଲା କୁ ବିବାହ ପାଇଁ ତୁଳାକନ୍ୟl ଧରି ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସ (OD 07G2566)୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ନିକଟସ୍ଥ ମାର୍ଡିଙ୍ଗ ଠାରେ ଗତକାଲି ରାତ୍ରିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଥିଲା!
ବସରେ କନ୍ୟା ସହ ଘରକରଣl ଆସବାବ ପତ୍ର ଓ ୨୫ ଜଣ କନ୍ୟା ଯାତ୍ରୀ ଥିଲେ!ଏହି ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇନଥିବା ବେଳେ ତୁରନ୍ତ ସମସ୍ତ ଙ୍କୁ ବସ ଭିତରୁ ଉଦ୍ଧାର କରି ଅନ୍ୟ ଏକ ବସ ଯୋଗେ ରାଉରକେଲା ପଠାଯାଇଥିଲା!ଦୁର୍ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଂଚି ଗାଡିକୁ ଉଠାଇ ଥାନାକୁ ଆଣି ତଦନ୍ତ ଚଳାଇ ଥିବାର ସୂଚନା ମିଳିଛି