ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ୨ ଗୁରୁତର

100 0

ବୌଦ୍ଧ; (ଚିତ୍ତ ରଞ୍ଜନ ସିଂ)ଆଜି ସନ୍ଧ୍ୟା ୭ଟା ସମୟରେ ହରଭଙ୍ଗା -ଚାରିଛକ ପୂର୍ତ୍ତ ବିଭାଗ ରାସ୍ତାର ଶଗଡ଼ିଆ ପୋଲ ନିକଟରେ ଭାରସାମ୍ୟ ହରାଇ ଏକ ବୁଲେଟ ଗାଡି ତଳକୁ ଖସି ପଡିଥିଲା। ଫଳରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ହରଭଙ୍ଗା ଡାକ୍ତର ଖାନା ରେ ଭର୍ତି କରାଯାଇଥିଲା।

ଆଜି ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ପୁରୁଣା କଟକ ଅଂଚଳର ଆଶିଷ କୁମାର ଜୋତିଶ (୪୦) ଓ ବିଷ୍ଣୁ ପ୍ରସାଦ ଜୋତିଶ (୨୧) ଏକ ବୁଲେଟ ଗାଡ଼ି (ଓଡି୦୨ ପି୮୫୨୮) ଯୋଗେ ହରଭଙ୍ଗାରୁ ଭୋଜି ଖାଇ ଫେରୁଥିବା ସମୟରେ ଶଗଡିଆ ପୋଲ ନିକଟରେ ଭାରସାମ୍ୟ ହରାଇ ଖସିଡ଼ିଥିଲେ।

ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ହରଭଙ୍ଗା ଡାକ୍ତରଖାନା କୁ ଆଣିଥିଲେ। ଗୁରୁତର ଥିବାରୁ ସେଠାରୁ ଡାକ୍ତର ବୌଦ୍ଧ ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରିଥିଲେ। ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ ଚାଲୁରହିଥିବା ହରଭଙ୍ଗା ଥାନା ଅଧିକାରୀ ପୂର୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି।

Related Post

ନନ୍ଦନକାନନ ରେ ବାଘ ‘ରୋଶନ’ର ମୃତ୍ୟୁ

Posted by - February 21, 2019 609
ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାମ ଏବଂ ଶ୍ରୀୟାଙ୍କ ଠାରୁ ୨୦୦୨ରେ ରୋଶନ ଜନ୍ମ ହୋଇଥିଲା। ଏହି ବାଘ ଟ୍ରିପାନୋସେମିଆସିସ ରୋଗରେ ପୀଡ଼ିତ ଥିଲା।ବାଘକୁ…

ବୁଢ଼ୀବାହାଲରେ ବିଜୁ ଜନତା ଦଳର ନୁଆଁଖାଇ ଭେଟଘାଟ, ନବନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

Posted by - September 11, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ବ୍ଲକସ୍ତରୀୟ ନୁଆଁଖାଇ ଭେଟଘାଟ ତଥା କର୍ମୀ ସମ୍ମିଳନୀ…

ବୌଦ୍ଧରେ ପୁଣି ଏକ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

Posted by - November 25, 2021 0
ବୌଦ୍ଧ:୨୪/୧୧/୨୦୨୧(ଚିତ୍ତରଂଜନସିଂ) ରିଖରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ,ମିନତୀ ଦେଓ,ବୌଦ୍ଧ, ସଂଯୋଜିକା, ଚାଇଲଡ଼ ଲାଇନ ବୌଦ୍ଧ, ବବିନା ନାଏକ, କଲ୍ୟାଣି ଶତପଥି,ସୁପରଭ।ଇସର,ବୌଦ୍ଧ, ମନମୁଣ୍ଡା…

ଟ୍ରାନ୍ସଫର୍ମର ଚୋରି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର

Posted by - November 19, 2021 0
କାଶୀପୁର;(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା, କାଶୀପୁର ଥାନା ଅନ୍ତର୍ଗତ ପରଜା ଶିଳା ଗାଁ ଠାରେ ବୁଧବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତ ଏକ ଟ୍ରାନ୍ସଫର୍ମର କୁ ଚୋରି…