ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଧନା ସମାରୋହ

41 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ରେ ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେଡକ୍ଟର ସୌରଭ ରଂଜନ ଖମାରୀ , ବରିଷ୍ଠ ଅଧ୍ୟାପକ ,ସୋନପୁର ମହାବିଦ୍ୟାଳୟ , ବ୍ୟଙ୍ଗକବି ଶ୍ୟାମା ଓଁ ପ୍ରସାଦ ମିଶ୍ର ଓ ଡକ୍ଟର ଦେବାଶିଷ ପାଣ୍ଡିଆ ,ଅଧ୍ୟକ୍ଷ ,ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ,ଉଲୁଣ୍ଡା ଯୋଗ ଦେଇ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଗହଣରେ ଏକ ସୁଂଦର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅତିଥି ପରିଚୟ ଓ ସ୍ବାଗତ ସଂଭାଷଣ ପ୍ରଦାନ କରିଥିଲେ ।


ଇଂରାଜୀ ବିଭାଗର ପ୍ରାଧ୍ୟାପକ ଶ୍ରୀ ସୌମିତ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରଷ୍କାର ପ୍ରଦାନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଶ୍ରୀ ସତ୍ୟନାରାୟଣ ମହାକୁଡ ,ଶ୍ରୀ କାଶିନାଥ ମିଶ୍ର ,ଶ୍ରୀ ଗୋବିନ୍ଦ ପ୍ରଧାନ ,ଶ୍ରୀ ଗଦାଧର ପ୍ରଧାନ , ଶ୍ରୀ ବିଭୀଷଣ ପ୍ରଧାନ ,ଶ୍ରୀ ନୀଳାମ୍ବର ଝାଂକର ଆଦି କର୍ମଚାରୀ ବୃନ୍ଦ ଉତ୍ସବରେ ସକ୍ରୀୟ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସୁଶ୍ରୀ ରୁବି ବେହେରା ଓ ସୁଶ୍ରୀ ଯସ୍ମୀନ୍ ରାଣୀ ବେଦବାକ୍ ସଂଯୋଜନା କରିଥିଲେ। ଶେଷରେ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଏକ ଭାବ ବିହ୍ବଳ ପରିବେଶରେ ମହାବିଦ୍ୟାଳୟରୁ ବିଦାୟ ନେଇଥିଲେ ।

 

Related Post

କାର ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

Posted by - July 18, 2021 0
ବେଲ ଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁମ୍ପାପଡା ବସଷ୍ଟାଣ୍ଡ ନିକଟରେ ଘଟିଛି ସଡକ ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇ…

ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର

Posted by - October 30, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ) ନୀଳଗିରି ରେ, ଭାଲୁ ଆକ୍ରମଣ, ଏକ ନୀତି ଦିନିଆ ଘଟଣା ହୋଇଯାଇଛି। ଗାଁ ଗଣ୍ଡା ରେ ପ୍ରାୟ ଦିନ, ଭାଲୁ ଆକ୍ରମଣର ଶିକାର ହେଉଛନ୍ତି,…

ଯାଜପୁର କମାରଢ଼ିହି ପଂଚାୟତ କାର୍ଯ୍ୟାଳୟରେ ମିଶନ ଶକ୍ତିର ବୈଠକ

Posted by - March 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ…

ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ…

ଶିକ୍ଷକଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl

Posted by - July 1, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ସମ୍ବଲପୁର ତବଳା ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷକ ଙ୍କ ନିଆରା ଅବସର କାଳିନ ସମ୍ବର୍ଦ୍ଧନl କାର୍ଯ୍ୟକ୍ରମ । ତବଳା ଠାରେ ଆଞ୍ଚଳିକ ଉଚ୍ଚବିଦ୍ୟାଳୟ…