ଖପ୍ରାଖୋଲ: ୬/୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ପର୍ଯ୍ୟଟନ ବିଭାଗ ଅଭ୍ୟର୍ଥନା କେନ୍ଦ୍ର ଠାରେ ପାଟଣାଗଡ ଉପଖଣ୍ଡ ଦେବୋତ୍ତର କମିଟିର ବୈଠକ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତା ଅନୁଷ୍ଟିତ ହୋଇଯାଇଛି। ବୈଠକରେ ଦେବୋତ୍ତର କମିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ।
ବୈଠକରେ ଆଗାମୀ ଶିବରାତ୍ରୀ ପାଳନ ପାଇଁ ଆଲୋଚନା ହୋଇଥିଲା। ହରିଶଙ୍କର ରେ ଉନ୍ନୟନ କାମ ଚାଲିଥିବାରୁ ଶିବରାତ୍ରୀ ବେଳେ କିଭଳି ସୁରୁଖୁରୁରେ ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ ସହ ରାତିରେ ରହିପାରିବେ ସେନେଇ ଆଲୋଚନା ହୋଇଥିଲା। ସେହିପରି ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ମଧ୍ୟ ଆଗରୁ ପ୍ରସ୍ତୁତି ବୈଠକ କରିବାକୁ ଆଲୋଚନା ହୋଇଥିଲା। ପରେ ସମସ୍ତେ ମନ୍ଦିର ପରିସର, ଝରଣା କୁଳ, ନିର୍ମାଣଧିନ କାମ ବୁଲି ଦେଖିଥିଲେ।
ଏହି ଅବସରରେ ମନ୍ଦିର ପୂଜକ ନରସିଂହ ପୁଝାରୀ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା, ଦେବୋତ୍ତର କମିଟି ସଦସ୍ୟ ସୁନିଲ ଗୋୟଲ୍, ରାଣା ପ୍ରଧାନ, ଇନ୍ଦୁଭୂଷଣ ଠାକୁର, ଅଭୟ ତ୍ରିପାଠୀ, ପଞ୍ଚୁଦେବ ସାହୁ, ରୋହିତ ମେହେର, ଶଶି ପୁଝାରୀ,ବିପ୍ର ବିଶି,ଓମ୍ ପ୍ରକାଶ ଯୋଶୀ, ଅର୍ଜୁନ ଅଗ୍ରୱାଲ, ସହଦେବ ପୁରୋହିତ, ହରିଶଙ୍କର ଫାଣ୍ଡି ଅଧିକାରୀ ସେଵନ୍ କେରକେଟା , ଭାଗ୍ୟବନ୍ତ ସାହୁ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।