ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା କାଲି ଉଦ୍ଘାଟିତ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସଙ୍ଗମ ଏବଂ କୃଷି ଯନ୍ତ୍ରପାତି ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ ଲାଇନ ମାଧ୍ୟମରେ ଏହାକୁ ଉଦଘାଟନ କରିବେ। ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ ,ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ସମେତ ଜିଲା ର ସମସ୍ତ ବିଧାୟକ ଓ ସାଂସଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଯାଜପୁର ଜିଲ୍ଲା ମହୋତ୍ସବରେ ବିଶେଷ ଆକର୍ଷଣ ବଲିଉଡ କଳାକାର ରହିଛନ୍ତି।
ଉଦ୍ଘାଟନ ଦିବସ ରେ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହାନ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ରେ ପ୍ରତିଦିନ ବଲିଉଡ ଓ ଓଲିଉଡ କଳାକାର ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ଲକ୍ଷାଧିକ ଦର୍ଶକ ଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବାଳାଶ୍ରମ ପଡ଼ିଆ କୁ ଯାଇ ଆୟୋଜନ ନେଇ ସମୀକ୍ଷା କରିଛନ୍ତି।