ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର‌ ବିକ୍ଷୋଭ

53 0

ଧର୍ମଗଡ଼:୦୩/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦେଖାଦେଇଥିବା ସମସ୍ୟା ଓ କେନ୍ଦ୍ର ଦ୍ବାରା ଆଗତ ବଜେଟ ବିରୁଦ୍ଧରେ ଧର୍ମଗଡ଼ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେଶ୍ଵର ଲହଜଲଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପ୍ରବକ୍ତା ବେଣୁପାଣି ଦୁର୍ଗା, ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ ବଗର୍ତ୍ତି, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଅନିଲ ମଲିକ, ଧର୍ମଗଡ଼ ଯୁବ କଂଗ୍ରେସ ସଭାପତି ଗୁଣ ଶବର, ଜଗନ୍ନାଥ ସତନାମୀ, ଲକ୍ଷଣ ବେମାଲ, ଦେବରାଜ ଭାଟି, ସରୋଜ କୁମାର, ଅଜୟ ପୁଝାରୀ ଓ ଅନ୍ୟ ମାନେ ସାମିଲ ହୋଈ ଥିଲେ।

ଯୁବ କଂଗ୍ରେସ ଅଭିଯୋଗ କରିଛି ଯେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଉଠି ନପାରି ପଡ଼ି ରହିଛି। ଯେଉଁ ଧାନ ବିକ୍ରି ହୋଇସାରିଛି ୧୫ ଦିନ ପରେ ମଧ୍ୟ ଚାଷୀ ତାର ପ୍ରାପ୍ୟ ପାଇପାରୁନାହି । ବଳକା ଧାନ ଉଠାଣ ସହ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହା ସହ ସଦ୍ୟ ପାରିତ ହୋଇଥିବା ବଜେଟ ଏକ ଜନ ବିରୋଧ ବଜେଟ ବୋଲି କଂଗ୍ରେସ ଅଭିଯୋଗ କରି ଏହି ବଜେଟ ଗରିବ ଓ କୃଷକ ବିରୋଧୀ କେବଳ ପୁଞ୍ଜି ପତି ଙ୍କୁ ସୁହାଇଲା ଭଳି ଏହା ପ୍ରସ୍ତୁତ ହୋଇଛି ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହା ଯାଇଛି।

Related Post

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଛାତ୍ର ଜନତାଦଳର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

Posted by - January 9, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଯୁବ-ଛାତ୍ର କର୍ମକର୍ତ୍ତା ସମ୍ମିଳନୀ ଭବାନୀପାଟଣା…

ବୌଦ୍ଧ ସହରରେ ଚାଲିଥିବା ଘରଭଙ୍ଗା ଅଭିଯାନ କୁ “ଜିଲ୍ଲା କଂଗ୍ରେସ ର ବିରୋଧ “

Posted by - June 17, 2022 0
ବୌଦ୍ଧ :(ସମରେଶ ମିଶ୍ର )ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳର ସଭାପତି ଶ୍ରୀ ନବ କୁମାର ମିଶ୍ରଙ୍କ ଙ୍କ ଦ୍ୱାରା କ୍ଷୋଭର ସହ ଲେଖାଯାଇଥିବା ଏକ ଦାବିପତ୍ରକୁ ନେଇ…

ବିଜେପି ରେ ମିଶିବେନି ବୈଜୟନ୍ତ

Posted by - December 22, 2018 881
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତବେଳେ ବୈଜୟନ୍ତଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ…

ଟିଟିଲାଗଡ ବିଜେପିର ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଟୁକୁନୀ ସାହୁଙ୍କ କୁଶ ପୁତ୍ତଳିକା ଦାହ

Posted by - November 10, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିରୋଧୀ ବିଜେପି ଦଳ ପକ୍ଷରୁ ଆଜି ଯାଏଁ ପ୍ରତିଦିନ ରାଜ୍ୟର…