ହରଭଙ୍ଗା ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ

68 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାର ହରଭଙ୍ଗା ମଣ୍ଡଳ ବି.ଜେ.ପି.କାର୍ଯ୍ୟକାରିଣୀ ବୈଠକ କୁସଙ୍ଗ ପଂଚାୟତ ର ପୈଦାଭୁଇଁ ଠାରେ ହରଭଙ୍ଗା ମଣ୍ଡଳ ବି.ଜେ. ପି. ସଭାପତି ତପନ କୁମାର ଡାଙ୍ଗ ଙ୍କ ଅଧ୍ୟକ୍ଷତା ରେ ତା-୦୩-୦୨ରିଖରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାରୁ ଆସିଥିବା ପ୍ରଭାରୀ ତଥା ପ୍ରାକ୍ତନ ବି.ଜେ. ପି. ସଭାପତି ଶ୍ରୀଯୁକ୍ତ ମାଗୁଣି ଗାଈଗୌରୀୟ। ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ,ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବି. ଜେ. ପି. ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇ ଆଗାମୀ ଦିନରେ ସଂଗଠନ କିପରି ମଜଭୁତ ହେବ ଏବଂ ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ବିକାଶ ମୂଳକ କାର୍ଯ୍ୟ ଏବଂ ଗରିବ କଲ୍ୟାଣ ଯୋଜନା ସାଧାରଣ ଜନତା ପାଖରେ ଯେପରି ସରକାରୀ ବାଟମାରଣା ନହୋଇ ପହଞ୍ଚିବ ସେଦିଗରେ କର୍ମୀମାନେ ସତର୍କତାର ସହିତ ନଜର ରଖି ଜନତାଙ୍କ ପାଖରେ ମୋଦି ଙ୍କ ବାର୍ତା ପହଞ୍ଚାଇବାକୁ ସଚେତନ କରାଇଥିଲେ।

ବକ୍ତାଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ କେଶରୀ ବେହେରା ଯୋଗଦେଇ ମଣ୍ଡଳର ଗ୍ରାମାଞ୍ଚଳ ରାସ୍ତା ଗୁଡିକର ଦୁରାବସ୍ତା, ଧାନମଣ୍ଡି ରେ ଚାଷୀ ମାନଙ୍କ ହନ୍ତସନ୍ତ ଅବସ୍ଥା, ପଂଚାୟତ ମାନଙ୍କରେ ବୁଢା, ବୁଢ଼ୀ ମାନେ ବାର୍ଦ୍ଧକ୍ୟ ଭତ୍ତା ମାସ ମାସ ଠିକ ଭାବେ ନପାଇ ହନ୍ତସନ୍ତ ହେବା, ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ନପାଇବା ଉପରେ ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନିକ ଉପରେ ବର୍ଷିଥିଲେ ଏବଂ ସ୍ଥାନୀୟ ବିଧାୟକ ଙ୍କ ଅପାରଗତା ପଣିଆକୁ ନେଇ ଧିକାର କରିଥିଲେ ।

ଏହି ବୈଠକରେ ଉପସଭାପତି ରବିନାରାୟଣ ପ୍ରଧାନ, ଜିଲ୍ଲାର ଆଦିବାସୀ ମୋର୍ଚ୍ଚା ସଭାପତି ଶମ୍ଭୁନାଥ ମୁଣ୍ଡା, ଯୁବନେତା ବନମାଳୀ ରଣା, ଜିଲ୍ଲାର ସଧାରଣ ସମ୍ପାଦକ ତାପସ ପଟ୍ଟନାୟକ, ଜିଲା ସମ୍ପାଦକ କୃଷ୍ଣ ମିଶ୍ର, ଜିଲା ଯୁବମୋର୍ଚା ସାଧାରଣ ସମ୍ପାଦକ ଅରୂପା ଦୀପ,ଏବଂ ସଂଜୀବ ପ୍ରଧାନ, ବିଦେଶୀ ସାହୁ,ପ୍ରସନ ପ୍ରଧାନ, ସଚିମହାକୁଡ଼, ନବୀନ ମହାକୁଡ଼ ପ୍ରବୀଣ ଭୋକ୍ତା ସଂଖ୍ୟାଧିକ ବି.ଜେ. ପି.କର୍ମକର୍ତ୍ତା ଯୋଗଦେଇଥିଲେ।ଶେଷରେ ସମ୍ପାଦକ ସଚି ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଖପ୍ରାଖୋଲ ପଂଚାୟତ ସରପଂଚ ଭାବେ ବେଟିଖାଇ ସେନ୍ଦ୍ରିଆ ନିର୍ଦ୍ବନ୍ଦରେ ନିର୍ବାଚିତ

Posted by - January 25, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଂଚାୟତ ର ସରପଂଚ ରୁପେ ବେଟିଖାଇ ସେନ୍ଦ୍ରିଆ (୬୩)ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସେ ପୁର୍ବରୁ ସ୍ବାସ୍ଥ୍ଯ…

ଗୋଲାମୁଣ୍ଡା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର୍ ନାଏକ,ବିଜେଡି ଛାଡ଼ିଲେ

Posted by - October 8, 2022 0
ଧର୍ମଗଡ:୦୮/୧୦(ହେମନ୍ତ କୁମାର ମାଝୀ)ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟତା ଛାଡିଲେ । ଆଜି ସେ ବିଜୁ…

ଫସଲ ବୀମା ରାଶି ଚାଷୀଙ୍କ ଖାତାରେ ଜମା କରିବାକୁ ବିଜେପି ପକ୍ଷରୁ ଦାବି

Posted by - July 29, 2020 0
ବିଞ୍ଝାରପୁର:ଫସଲ ବୀମା ରାଶି ଚାଷୀଙ୍କ ଋଣ ଖାତାରେ ଜମା ନ କରି ସିଧା ଚାଷୀଙ୍କ ଖାତାରେ ଜମା କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରି । …

ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ଙ୍କ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ପାଇଁ ଡୋର ଟୁ ଡୋର କ୍ୟାମ୍ପନିଙ୍ଗ

Posted by - February 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ମିଶ୍ର ବୌଦ୍ଧ ବ୍ଲକ ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମାନଙ୍କ ସହିତ ଗାଁ କୁ ଗାଁ…

କଣ୍ଟାମାଳ ବ୍ଲକ ଘେରାଓ ପାଇଁ ବିଜେପି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - January 20, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣରେ ରାଜ୍ୟ ସରକାର କରିଥିବା ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ଆଜି ଦହ୍ୟାଠାରେ ବିଜେପି…