ଅନୈତିକ ଲିଙ୍ଗ ନିରୂପଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

104 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଅନୈତିକ ଲିଙ୍ଗ ନିରୂପଣ ହେବା ସୂଚନାଦାତା ହେବେ ପୁରସ୍କୃତ l ପିସି ଏବଂ ପିଏନଡିଟି ଜିଲ୍ଲା ପରାମର୍ଶଦାତା କମିଟିର ସ୍ଵତନ୍ତ୍ର ବୈଠକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଥିବା କନ୍ୟା ସନ୍ତାନ ସଂଖ୍ୟକୁ ନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହ ଏଥି ନିମନ୍ତେ ସମସ୍ତେ ସଜାଗ ରହିବାକୁ ସୂଚାଇଥିଲେ।

ଯଦି ଜିଲ୍ଲାର କୌଣସି ଅଲଟ୍ରାସାଉଣ୍ଡ କ୍ଲିନିକରେ ଲିଙ୍ଗ ନିରୂପଣ ହେବାର ପ୍ରମାଣିତ ହୁଏ ତେବେ ଆଇନତଃ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯିବ ବୋଲି ଜିଲ୍ଲାପାଳ ଏହି ଅବସରରେ ଉଲ୍ଲେଖ କରିଥିଲେ। ଏଥି ନିମନ୍ତେ ଦୋଷୀଙ୍କୁ ତିନି ବର୍ଷ ଯାଏଁ ଜେଲ ଦଣ୍ଡ ଏବଂ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜରିବାନାରେ ଦଣ୍ଡିତ କରାଯାଇପାରେ। ଜିଲ୍ଲାର ଯେ କୌଣସି ପିସି ଏଣ୍ଡ ପି ଏନ ଡି ଟି ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ ଜନସାଧାରଣ ଚାଇଲ୍ଡ ଲାଇନ୍ ନମ୍ବର 108 ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ |

ଅନୈତିକ ଭୃଣ ନିରୂପଣ ନିମନ୍ତେ ଯୋଗ୍ୟ ସୂଚନାଦାତା ଙ୍କୁ ସରକାର ଙ୍କ ତରଫରୁ ଅର୍ଥରାଶିର ପ୍ରୋତ୍ସାହନ ବ୍ୟବସ୍ଥା ରହିଛି | ସୂଚନା ପ୍ରଦାନ ଦିଗରେ ସୂଚନାଦାତାଙ୍କୁ 25000 / -ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବ | ସୂଚନାଦାତାଙ୍କୁ ତିନୋଟି କିସ୍ତିରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବା ବେଳେ,ପ୍ରଥମ କିସ୍ତି 5,000 / -, ସଫଳ ସୂଚନା ପରେ ୨ୟ କିସ୍ତି 10,000 /- ଓ 3ୟ କିସ୍ତି ରେ ଯାଞ୍ଚ ପରିଚାଳନାରେ ସହଯୋଗ ପାଇଁ 10,000 / – ଟଙ୍କା ପ୍ରଦାନ ର ବ୍ୟବସ୍ଥା ରହିଛି ବୋଲି କହିଥିଲେ l

 

Related Post

ଝରଣୀଗାଁ ରେ ପହଁଞ୍ଚିଲେ ବିଜେପି କେନ୍ଦ୍ରୀୟ ତିନି ଜଣିଆ ଦଳ

Posted by - October 30, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର…

ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

Posted by - March 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଅପିଂସର୍ସ କ୍ଲବ ପରିସରରେ ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ସମାଜସେବୀ ସରୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ…

ସମ୍ବଲପୁରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମ ଧାମରେ ପାଳନ ହୋଇଛି ମହରମ

Posted by - August 9, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଧୁମ ଧାମରେ ପାଳନ ହୋଇଛି ମହରମ । ଏହି ଅବସରରେ ସହରର ବିଭିନ୍ନ…

ଏଜେଣ୍ଟଙ୍କ ମର୍ଜି ରେ ଚାଲିଛି ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ବ୍ୟବସ୍ଥା,କେସିଙ୍ଗା ଓ ଥୁଆମୂଳ ରାମପୁର ବ୍ଳକ ପାଇଁ ତନଖି ପାଇଁ ନିର୍ଦ୍ଦେଶଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ

Posted by - March 16, 2023 0
କେସିଙ୍ଗା: ୧୪/୩(ପ୍ରୀତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା ରେ ମଧ୍ୟାହ୍ନ ଭୋଜନ କଲେଙ୍କେରୀ ର ଅଭିଯୋଗ ଲମ୍ବା ହେବାରେ ଲାଗିଛି।ଗତ ୧୦ ବର୍ଷ ହେଲା ୪ ଏଜେଣ୍ଟ ସବୁ ମଧ୍ୟାହ୍ନ…