ଜଙ୍ଗଲ ଜାତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟ ଏବଂ ଦେଶୀ ବିହନ,ପ୍ରୋତ୍ସାହନ ମେଲା

63 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ସାପମୁଣ୍ଡ ଗ୍ରାମରେ ଆରସିଡିସି ପକ୍ଷରୁ ଜଙ୍ଗଲ ଜାତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟ ଏବଂ ଦେଶୀ ବିହନ ମେଲା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଟିତ ମେଳାରେ ମୁଖ୍ୟ ଅତିଥି ଭାବେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସିଡିପିଓ ସୁଜାତା ଦୋରା, ତେଲେନପାଲି ସରପଞ୍ଚ ସୁକନ୍ତଳା ବେହେରା , ଆର ସି ଡି ସି ରିଜିଓନାଲ ମେନେଜର ଶମ୍ବୁ ପ୍ରାସାଦ ସାହୁ ୱେସିଡିଏ ବ୍ଳକ ସଂଯୋଜକ ଉମେସ କୁମାର ଗୁପ୍ତା ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁଙ୍କୁ , ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ଓ ପୁରୁଣା ମଞ୍ଜି ଯଥା – କୁଦୋ , ମାଣ୍ଡିଆ , ଗୁରୁଜୀ , ରକସି , ସରିଆଁ ଧାନ , କୁସୁନା ଧାନ , ଜଙ୍ଗଲି କନ୍ଦା ଓ ଅନ୍ୟାନ୍ୟ ମଞ୍ଜି କୁ ସଂରକ୍ଷଣ କରି ବାସହ ଚାଷ କରି ତାହାର ବ୍ୟବହାର କଲେ ବିଭିନ୍ନ ରୋଗ ଦାଉରୁ ରକ୍ଷା ମିଳିବ ବୋଲି ଅତିଥି ମାନେ ମତ ଦେଇଥିଲେ । ଏହି ଅବସରରେ ଟେକେନ୍ଦ୍ର ଜାଳ, ଦେବରାଜ ଭୋଇ, ଟୁକିନୀ ବିଶ୍ୱାଳ, ଲିଙ୍ଗରାଜ ନିଆଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Post

ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଉନ୍ନୟନ ମୂଳକ କମିଟିର ବୈଠକ

Posted by - March 4, 2023 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ବାଣିଜ୍ୟ, ଜଳସମ୍ପଦ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ ନିର୍ବାଚନ…

ଦଣ୍ଡ ନୃତ୍ୟ ରାଣୀ : ଚୁନି ବର୍ଗତୀ ଙ୍କୁ ସମ୍ମାନିତ

Posted by - October 27, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)୨୧ ତାରିଖରେ ବୌଦ୍ଧ ଜିଲ୍ଳା ପ୍ରଶାସନ,ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଚାଲେଞ୍ଜ ମହିଳା ଦଣ୍ଡ ନୃତ୍ୟର ରାଣି (ରାଧା )ଚୁନି ବର୍ଗତିକୁ…

ଟିଟିଲାଗଡ଼ ଏସ ସି ଡ଼ି ସେଣ୍ଟରରେ ବିଶ୍ବବ୍ୟାପୀ ସଙ୍କେତ ଦିବସ ପାଳିତ

Posted by - September 24, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ନେହେରୁ ନଗର ସ୍ଥିତ ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସମସ୍ତ ସହକର୍ମୀଙ୍କ ସହଯୋଗ ଦ୍ୱାରା “ବିଶ୍ଵବ୍ୟାପି…

ବରିଷ୍ଠ ନାଗରିକ ସଂଘ ବୈଠକ

Posted by - August 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ଏକ ଜରରୀକାଳୀନ ବୈଠକ ସ୍ଥାନୀୟ ଅଣ ଗେଜେଟେଡ କର୍ମଚାରୀ ସମ୍ମନୱ ସମିତି ସଭାଗୃହ…