ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତର ଉତ୍କଳ ଯୁବ ପରିଷଦ ପଡିଆରେ ଚାଲିଥିବା ଅଲ ଓଡିଶା ଅଶୋକ ଦାସ ମେମୋରିଆଲ କବାଡି ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏଥିରେ ପୁରୁଷ ବିଭାଗରେ ଯାଜପୁର କୁ ପରାସ୍ତ କରି ଆସ୍କା ଏବଂ ମହିଳା ବିଭାଗରେ କିଟ କୁ ପରାସ୍ତ କରି ଜଗତସିଂହପୁର ଦଳ ଚାମ୍ପିୟନ ହୋଇଛନ୍ତି । ପୁରୁଷ ବିଭାଗର ପାଂଇନାଲ ମ୍ୟାଚ ବେଶ ସଂଘର୍ଷମୟ ଥିଲା । ଯାଜପୁର ଓ ଆସ୍କା ଦଳ ମଧ୍ୟରେ ହୋଇଥିବା କଡା ମୁକାବିଲାରେ ଆସ୍କା ଦଳ ଯାଜପୁରକୁ ୩୬-୩୦ରେ ପରାସ୍ତ କରି ଚାମ୍ପିଆନ ହୋଇଥିଲା ।
ସେହିପରି ମହିଳା ବିଭାଗରେ ଜଗତସିଂହପୁର ଦଳ କିଟ କୁ ୪୪-୧୬ ପଏଂଟରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଶୋକ ଦାସ ପାଂଉଣ୍ଡେସନର ସଚିବ ଭବପ୍ରସାଦ ଦାସ ଏବଂ ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା,ଭୁବନେଶ୍ୱରପୁର ପଂଚାୟତ ସରପଂଚ ମନିଦିପା ରାୟ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ । ପୁରୁଷ ବିଭାଗର ଚାମ୍ପିୟନ ଦଳକୁ ନଗଦ ୩୦ ହଜାର ଟଙ୍କା ସହିତ ଟ୍ରପିଂ ,ରନର୍ସ ଅପ ଦଳକୁ ନଗଦ ୨୦ ହଜାର ସହିତ ଟ୍ରପିଂ ପୁରସ୍କାର ପ୍ରଦାନ କରାଯାଇଛି ।
ସେହିପରି ମହିଳା ବିଭାଗର ଚାମ୍ପିୟନ ଦଳକୁ ନଗଦ ୨୦ ହଜାର ଟଙ୍କା ସହିତ ଟ୍ରପିଂ,ରନର୍ସ ଅପ ଦଳକୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରପିଂ ପ୍ରଦାନ କରାଯାଇଥିଲା । ଗତ ୩ ଦିନ ଧରି ଚାଲିଥିବା ଏହି କବାଡି ଟୁର୍ଣାମେଣ୍ଟକୁ ଯାଜପୁର ଆଥଲେଟିକ ଆସୋସିଏସନର ସଂପାଦକ ରମେଶ ପଣ୍ଡାଙ୍କ ନେତୃତ୍ୱରେ ୨୧ ଜଣ ଅପିଂସିଆଲ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ପଂଚାୟତରୁ ଆସିଥିବା ସରପଂଚ, ସମିତି ସଭ୍ୟ,ଜିଲାପରିଷଦ ସଦସ୍ୟ ଙ୍କ ସମେତ ଅଶୋକ ଦାସ ପାଂଉଣ୍ଡେସନର ସକ୍ରିୟ କର୍ମକର୍ତା ମାନେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।