Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ପାଣିକୋଇଲି ଥାନା ତେଜପୁର ଗାଁରେ କଙ୍ଗାରୁ କୋର୍ଟ

380 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ। ବୋହୁକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତ ଶାଶୁ, ଶ୍ବଶୁର ଓ ଦିଅର। ସମ୍ପୃକ୍ତ ଶାଶୁ, ଶ୍ବଶୁର ଓ ଦିଅରକୁ ବାନ୍ଧି ଗାଁ ଦାଣ୍ଡରେ ଚଲାଇବା ସହ ପୋଲିସର ଜିମା ଦେଲେ ଗାଁ ଲୋକେ।

ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୁକୁ ତାର ସ୍ୱାମୀ ଅନୁପସ୍ଥିତିରେ ଶାଶୁ, ଶ୍ବଶୁର ଓ ଦିଅର ଆକ୍ରମଣ କରିବା ପରେ ଗ୍ରାମବାସୀ ମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଳାଇ ଚଳାଇ ବୁଲାଇଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ବୋହୁ ସରୋଜିନୀ ସ୍ବାଇଁଙ୍କୁ ମେଡିକାଲ ପଠାଇବା ସହ ଶାଶୁ, ଶ୍ବଶୁର ଓ ଦିଅରଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ଉକ୍ତ ଗ୍ରାମର କାଳନ୍ଦୀ ସ୍ବାଇଁଙ୍କ ବଡ ପୁଅ ଜୟୀରାମ ଏବଂ ବୋହୁ ସରୋଜିନୀ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ। ଫଳରେ ପାଣିକୋଇଲି ଛକରେ ବ୍ୟବସାୟ କରୁଥିବା ଜୟୀରାମ ବେପାରକୁ ଚାଲିଯିବା ପରେ ବୋହୁ ସରୋଜିନୀଙ୍କୁ ଦିଅର ଓ ଶାଶୁ ଶ୍ବଶୁର ମିଶି ଅନେକ ସମୟରେ ନିର୍ଯ୍ୟାତନା ଦେଉଥିଲେ। ଏ ନେଇ ଗତ ୧୮ ତାରିଖରେ ପାଣିକୋଇଲି ଥାନାରେ ଉଭୟ ପକ୍ଷ ମାମଲା ରୁଜୁ କରିଥିଲେ। ତେବେ ସରୋଜିନୀଙ୍କ ମାମଲାଟି ଯୌତୁକଜନିତ ହୋଇଥିବାରୁ ଅନ୍ୟପକ୍ଷ ଉତ୍ତେଜିତ ହୋଇପଡିଥିଲେ। ଫଳରେ ଜୟୀରାମ ବେପାରକୁ ବାହାରି ଯିବା ପରେ ଦିଅର ଓ ଶାଶୁ, ଶ୍ବଶୁର ସରୋଜିନୀଙ୍କୁ ଠେଙ୍ଗାରେ ପିଟି ରାସ୍ତା ଉପରେ ପକାଇଦେଇଥିଲେ ଏବଂ ତାଙ୍କ ପାଖରେ ଦିଅର ମହେନ୍ଦ୍ର ସ୍ୱାଇଁ ଠେଙ୍ଗା ଧରି ଜଗିରହିଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଗ୍ରାମବାସୀ ଶାଶୁ, ଶ୍ବଶୁର ଓ ଦିଅରଙ୍କୁ ରଶିରେ ବାନ୍ଧି ଗାଁ ଦାଣ୍ଡରେ ଚଳାଇ ଚଳାଇ ନେଇଥିଲେ। ତେବେ ଏ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ଯାଜପୁରରୁ ଆନନ୍ଦ ଚନ୍ଦ୍ର ସାହୁ ।

Facebook Notice for EU! You need to login to view and post FB Comments!

Related Post

ବଙ୍ଗୋମୁଣ୍ଡା IICଙ୍କୁ ଧରିଲା ଭିଜିଲାନ୍ସ, କାର୍‌ରୁ ବାହାରିଲା ୨ ଲକ୍ଷ ଟଙ୍କା

Posted by - December 1, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ । ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ବରଗଡ଼ ଜିଲ୍ଲା ଟୋଲ୍‌ଗେଟ ନିକଟରେ ବଲାଙ୍ଗୀର…

ନାବାଳିକା ଝିଆରୀକୁ ଦୁଷ୍କର୍ମ କଲା ପିଉସା

Posted by - December 4, 2019 0
ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।…

ଟିଟିଲାଗଡ଼ ବେଲପଦର ରେଳ ଧାରଣା ନିକଟରୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର – ମୃତ୍ୟୁ ହେଲା କିପରି ?

Posted by - January 27, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ରାୟପୁର ରେଳଲାଇନରୁ ବେଲପଦର ଗ୍ରାମ ନିକଟରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରିଛି ଟିଟିଲାଗଡ଼ ରେଳବାଇ ପୋଲିସ । ତେବେ ରେଳ ଲାଇନ…

ନିଖୋଜ ଯୁବତୀର ଶବ ଉଦ୍ଧାର

Posted by - December 13, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)୧୩/୧୨/୨୦୧୯ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଞ୍ଜାରପୁର ଥାନା ଅଧିନସ୍ଥ ରତଳାଗଂ ପଞ୍ଚାୟତ ବୈଣ୍ଣବ ମଠ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା…

Leave a comment

Your email address will not be published.