ଧର୍ମଗଡ଼:୨୬/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି।ଉପ ଜିଲ୍ଲାପାଳ ଵେଦଭୁଷ ଆଇ ଏ ଏସ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଉପଖଣ୍ଡ ସ୍ତରୀୟ ମିଳିତ ପ୍ୟାରେଡରେ ର ଅଭିବାଦନ ଗ୍ରହଣ କରି ଗଣତନ୍ତ୍ର ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠିତ ମିଳିତ ପ୍ୟାରେଡରେ ସହର ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ପରିବେଷଣ କରିଥିଲେ। ପ୍ୟାରେଡ ରେ ଗୁରୁଗିତା ପଵ୍ଳିକ ସ୍କୁଲ ର ଜୁନିୟର ଗ୍ରୃପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସେଣ୍ଟ ଜେଭିୟର ପଵ୍ଳିକ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏଲ ମି ସ୍କୁଲ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। କୃଷି କ୍ଷେତ୍ରରେ ରେ କଳମପୁର ବ୍ଳକ ର ଵଙ୍କାପଲା ଗ୍ରାମ ର ପରମେଶ୍ବର କୁମାର ଓ ଗୋଲାମୁଣ୍ଡା ବ୍ଲକ ସାନଚେର ଗାଁ ଚାଷୀ କୃଷ୍ଣ ଚନ୍ଦ୍ର ନାଗ କୁ ନିକିରାମ ସ୍ନାରକୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା
ସେହିପରି ବନ ବିଭାଗ ରୁ ଶ୍ରୀନିବାସ ଓ କାହ୍ନୁ ଚରଣ ତ୍ରିପାଠୀ ଓ ଅଗ୍ନିଶମ ବିଭାଗ ରୁ କେଶବ ବେହେରା ଓ ଶିଶୁ ପ୍ରକଳ୍ପ ବିଭାଗ ର ଏସ ଏଚ ଜି ଗୋଷ୍ଠୀ ର ଶ୍ରୀ ମତୀ ଭାଗ୍ୟ ଲକ୍ଷ୍ମୀ ସାହୁ ପୋଲିସ ବିଭାଗ ରୁ ସନ୍ୟାସୀ ନାଏକ ଜୁନାଗଡ ଏନ୍ ଏ ସି ରୁ ନୀଳକଣ୍ଠ ନାଏକ ଧର୍ମଗଡ଼ ଏନ୍ ଏ ସି ରୁ ବସନ୍ତ ଵାଗ ଉପଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ। ମାଧବ ଲହଜଳ କାର୍ଯ୍ୟ କ୍ରମ ପରିଚାଳନା କରିଥିବା ବେଳେ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଉପଜିଲ୍ଲାପାଳ ସ୍ୱାଧିକାର ଗୃହ ମିଶନାରୀ ଅଫ୍ ଚାରିଟିର ଓ ଯଶୋଦା ଅନାଥାଶ୍ରମର ର ଅନ୍ତେବାସୀ ତଥା ସରକାରୀ ଚିକିତ୍ସାଳୟ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।