ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ବହିରା ଛକ ଠାରେ ସ୍କର୍ପିଓ ର ସିରିଜ୍ ଦୁର୍ଘଟଣା । ସ୍କର୍ପିଓ ଟି ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଘଟଣା ସ୍ଥଳରେ ୨ ମୃତ ୩ ଗୁରୁତର ।
୫ ବାଇକ୍ କୁ ପିଟି ହୋଟେଲ କୁ ପଶିଲା ଗାଡ଼ି । ବାଇକ୍ ଆରୋହୀ ଆଇଁଲାପଳି PEO ଗୋବିନ୍ଦ ସାହୁ ପଂଚାୟତ କୁ ପତାକା ଉତ୍ତଳନ ପାଇଁ ଯାଉଥିବା ସମୟରେ ଦୁର୍ଘଟଣା ଶିକାର ହୋଇ ମୃତ ହୋଇଥିଲେ । ଅନ୍ୟ ଜଣେ ହୋଟେଲ ରେ ଛିଡା ହୋଇଥିବା ବ୍ୟକ୍ତି ମୃତ ।
ଘଟଣା ସ୍ଥଳରେ ବାଉଁସୁଣୀ ପୋଲିସ ପହଂଚି ଶବ ଜବଦ ସହିତ ତିନିଜଣ ଗୁରୁତରଙ୍କୁ ଡାକ୍ତର ଖାନରେ ଭର୍ତ୍ତି କରିଥିବା ବେଳେ ଗାଡି ଓ ଗାଡି ମାଲିକ ଙ୍କୁ ଅଟକ ରଖିଛି!ଏପଟେ ସ୍ଥାନୀୟ ଜନତା ଟାୟାର ଜାଳି ୫୭ ନଂ NH ଅବରୋଧ କରିଛନ୍ତି!ଘଟଣା ଟି ଜଟିତ ହେବାରେ ଲାଗିଛି