ଯାଜପୁର :ଯାଜପୁର ଦଶରଥପୁର ବ୍ଲକ ପଞ୍ଜରାସାହିର ଦି କିଡ୍ସ ଶୈକ୍ଷିକ ଓ ସାଂସ୍କୃତିକ ଅନୁଷ୍ଠାନର ୧୪ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଦାମୋଦର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଶୋକଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଦଶରଥପୁର ବ୍ଲକ ଅଧକ୍ଷ ଦିଗାମ୍ବର ମଲିକ ମୁଖ୍ୟବକ୍ତା ଏବଂ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜୀବନରେ ଲକ୍ଷସ୍ଥିର କରି ତାକୁ ହାସଲ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଚଳଚିତ୍ରତାରକା ସୁର୍ଯ୍ୟକାନ୍ତ, ମାମା ସାମଲ ଏବଂ ସୁନନ୍ଦା ପରିଡା ଯୋଗ ପିଲା ମାନଙ୍କୁ ପାଠ ସହ ସାମାଜସେବାରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଥିଲେ ।ସ୍ଥାନୀୟ ସରପଂଚ ହିମାଂଶୁ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ହରିହର ସ୍ୱାଇଁ ଯୋଗ ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା