
ଯାଜପୁର :ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏଥିରେ ଯାଜପୁର ଅତିରିକ୍ତ ଜିଲାପାଳ ଦୁଖବନ୍ଧୁନାୟକମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରି ମାନେ ସମାଜର ସଂପତି ସେମାନଙ୍କ ସୁରକ୍ଷା କରିବା ପ୍ରତ୍ୟେକ ନାଗରିକ ମାନଙ୍କର ମୁଖ୍ୟ କର୍ତବ୍ୟ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲାପାଳ ତିଳୋତମା ପୃଷ୍ଟି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଡ଼ ରୁଦ୍ର ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗ ଦେଇ ନାରି ସୁରକ୍ଷା ସଂପର୍କରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ସପଂଳ ମହିଳା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।