ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୨୭ ତାରିଖ ରୁ ଯାଜପୁର ରେ ଆରମ୍ଭ ହେବ ଚତୁର୍ଥ ଅଲ ଓଡିଶା ଅଶୋକ ଦାସ ମେମୋରିଆଲ କବାଡି ପ୍ରତିଯୋଗିତା। ଯାଜପୁର ବ୍ଲକ ପଂଚାୟତ ସମିତି ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟ ୩ ଦିନ ଧରି ଚାଲିବ। ଏଥିରେ ରାଜ୍ୟର ଉଭୟ ପୁରୁଷ ଓ ମହିଳା ବର୍ଗ ରେ ୧୬ ଟି ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱରପୁର ପଂଚାୟତ ଉତ୍କଳ ଯୁବ ପରିଷଦ ଖେଳ ପଡିଆରେ ଦିବାରାତ୍ର ମ୍ୟାଚ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବ୍ଲକ ଅଧ୍ୟକ୍ଷ ସ୍ବର୍ଣ୍ଣଲତା ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହିତ ଉଭୟ ବର୍ଗ ର ଚମ୍ପିୟାନ ଓ ରନର୍ସ ଅପ ଦଳକୁ ନଗଦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।