ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭଂଗା ଦଦରା ଘରେ ଦିନ କାଟୁଛନ୍ତି ବ୍ରୁଦ୍ଧ ଦାମୁଗୌଡ ଖରା ହେଉକି ବର୍ଷା ଶୀତ ହେଉକି କାକର ଏହି ଗରିବ ବ୍ରୁଦ୍ଧ ମୁଣ୍ଡ ଗୁଂଜିବାକୁ ଭଂଗା ଦଦରା ଘର ହିଁ ଭରସା। ଦାମୁଗୌଡ ଙ୍କ ଘର ଏକ ପ୍ରକାର ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏ ଭିଜୁଆଲ୍ ଭଲ ଭାବରେ ଦେଖିଲେ ଅନୁମାନ କରି ହେବ ଯେ ଏ ଗରିବ ମଣିଷ କେମିତି ବଂଚି ରହିଛି।ଖରା ଦିନରେ ଘର ଭିତରକୁ ପ୍ରଚଣ୍ଡ ଖରା ପଡୁ ଥିବାରୁ ଗାଁ ଦାଣ୍ଡ ,ଗଛମୂଲ ଏବଂ ସ୍କୁଲ ଘରେ ଶୋଉଥିବା କହିଛନ୍ତି।ଶୀତ ଦିନହେଲେ ଚାରିଆଡୁ ଶୀତୁଆ ପବନ ଘର ଭିତରେ ପ୍ରବେଶ କରୁଛି।
ସରକାର ଦିନକୁ ଦିନ ଓଡିଶା ର ଗତିବିଧି ବଦଲାଉ ଥିବା ବେଲେ ଏ 5ଟି ଯୋଜନା କାହା ସ୍ୱାର୍ଥରେ ବୋଲି କହିଛନ୍ତି।ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ନନ୍ଦାହାଣ୍ଡି ଗ୍ରାମ ପଂଚାୟତ ରଂଗପିଆଜଗୁଡା ଗ୍ରାମରେ । ପରିବାର କହିଲେ ସ୍ୱାମୀ ସ୍ତ୍ରି ରହିଥିଲେ କିନ୍ତୁ ସ୍ତ୍ରି ର ଦେହତ୍ୟାଗ ହେଲାପରେ ଏକାକୀ ବଂଚି ରହିଛନ୍ତି ଦାମୁଗୌଡ। ସରକାରୀ ସହାୟତା କହିଲେ ୫ କେଜି ଚାଉଲ ଏବଂ ୫୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ।ପେଟପାଟଣା କହିଲେ କିଛି ନାହିଁ ।
ସରକାର ଗରିବ ଶ୍ରେଣୀରଂଲୋକ ମାନଙ୍କ ନିମନ୍ତେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରୁଛନ୍ତି ହେଲେ ସରକାର ଙ୍କ ଯୋଜନା ତାଙ୍କ ପାଇଁ ସାତ ସପନ। ଦାମୁଦୁଃଖ ପ୍ରକାଶକରିବାର କାରଣ ଲୋକଙ୍କୁ ବାପା ମାଆ ପୁଅ ନାଁ ରେ କ୍ରମାଗତ ଭାବରେ ଘର ଆସୁଥିବା ବେଲେ ଦାମୁ ପରି ଗରିବ ଲୋକ କାଲ କାଲ ଅପେକ୍ଷା କରିଛନ୍ତି। ଦାମୁ ଗୌଡ ଙ୍କୁ ସରକାର ଙ୍କ ଆବାସ ଗ୍ରୁହ ଖଣ୍ଡିଏ ମିଲିଲେ ଉପକ୍ରୁତ ହୋଇଥାନ୍ତେ ବୋଲି ଗ୍ରାମ ବାସୀ କହିଛନ୍ତି