ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ ସମ୍ଭାବ୍ୟ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଅନେକ ଯୋଗ୍ୟ ହିତାଧୀକାରୀ ଙ୍କୁ ଯୋଜନରେ ସାମିଲ କରାଯାଉ ନ ଥିବା ବେଳେ ଅନେକ ଅଯୋଗ୍ୟ ହିତାଧୀକାରୀ ଙ୍କୁ ତାଲିକାରେ ସାମିଲ କରାଯାଇଛି | ଉକ୍ତ ତାଲିକାରେ ହୋଇଥିବା ଅନିୟମିତତା କୁ ନେଇ ଆଜି ବିଜେପି ପକ୍ଷରୁ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି |
ଜିଲ୍ଳା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ଉପ ସଭାପତି ଚିତ୍ତ ରଞ୍ଜନ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, କଣ୍ଟାମାଳ ମଣ୍ଡଳ ସଭାପତି ଅନୀଲ ପ୍ରଧାନ, ଘଣ୍ଟାପଡା ମଣ୍ଡଳ ସଭାପତି ପିନାକଧର ରଣା, ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପଧାନ, ବାଉଁଶୁଣୀ ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା, ଶରତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।
ଅନିୟମିତତା ସମ୍ପର୍କିତ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଥିଲେ | ତାଲିକାରେ ହୋଇଥିବା ବ୍ୟାପକ। ଅନିୟମିତତା ର ତଦନ୍ତ କରି ଅଯୋଗ୍ୟ ଙ୍କୁ ତାଲିକାରୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି | ଏହି ଘେରାଉ ରେ ବିଜେପି କର୍ମୀଙ୍କ ସହ ଅନେକ ଯୋଜନାରୁ ବାଦ୍ ପଡିଥିବା ହିତାଧୀକାରୀ ସାମିଲ ଥିଲେ |