ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗତ ୧୯ ତାରିଖ ଦିନ ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଯାଜପୁର ଥାନା ଅଧିକାରୀଙ୍କର ଦୁର୍ବ୍ୟହାରର ପ୍ରତିବାଦରେ ଦଶରଥପୁର ଓୟୁଜେ ଶାଖା ପକ୍ଷରୁ ମଙ୍ଗଳପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ନବ ନର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଆବାସିକ ଜାର୍ଯ୍ୟାଳୟ ନିକଟରେ ସାମ୍ବାଦିକ ନ୍ୟୁଜଲାଇଭ ଥିବା ବେଳେ ପୋଲିସ ବାରଣ କରିଥିଲା ।
ସର୍ବ ସମ୍ମୁଖରେ ପୋଲିସ ର ଏଭଳି କାର୍ଯ୍ୟକଳାପ ବିରୁଦ୍ଦରେ ସମ୍ପର୍କରେ ଏସପି ଙ୍କୁ ଅବଗତ ପରେ ଯାଜପୁର ଥାନା ଆଇଆଇସି ଅଜୟ ଯେନା ରାଗିଖପ୍ପା ହୋଇ କାର୍ଯ୍ୟରତ ସାମ୍ବାଦିକ ସଂଜୀବ ନାୟକଙ୍କୁ ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର ସହ ମାରିବାକୁ ଧମକ ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି । ଏହାର ପ୍ରତିବାଦ କରି ଦଶରଥପୁର ଓୟୁଜେ ଶାଖା ପକ୍ଷରୁ ଯାଜପୁର ଥାନା ଆଇଆଇସିଙ୍କ ବହିଷ୍କାର ଦାବିରେ ଏସ୍ପିଙ୍କୁ ମଙ୍ଗଳପୁର ଥାନାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।