ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ଆଜି ଜୋନ-୬ର ଅଲ ଓଡିଶା ଘରୋଇ ବସ ମାଲିକ ସଙ୍ଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଙ୍ଘ ସମ୍ପାଦକ କର୍ଣ୍ଣାଟ କେଶରୀ ଦାସ, କଟକ ସଂଘର ସଭାପତି ପ୍ରିୟବ୍ରତ ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।
ବୈଠକରେ ମୁଖ୍ୟତଃ ବସ ମାଲିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ସମାଧାନ କରିବା ପାଇଁ ଦାବି କରାଯାଇଥିଲା। ଏହି ଅବସରରେ କୋଭିଡ ରେ ମୃତ୍ୟୁ ବରଣ କରିଥିବା ବସ ମାଲିକ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ପାଇଁ ନିରବ ପ୍ରାର୍ଥନା କରିଥିଲେ। ଶେଷରେ ନବ ନିର୍ବାଚିତ୬ ନମ୍ବର ଜୋନର ସମ୍ପାଦକ ଭାବେ କର୍ଣ୍ଣାଟ କେଶରୀ ଦାସ, ଉପସଭାପତି ଭାବେ ପ୍ରିୟବର୍ତ୍ତ ତ୍ରିପାଠୀଙ୍କ ନାମ ଗୋଷଣା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା