ମୁନିଗୁଡା:୨୧।୧ (ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଆମ୍ବଦଳା ସାମନ୍ତ ମହାବିଦ୍ୟାଳୟରେ ୮ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ନିର୍ଦେଶକ୍ରମେ ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁକ୍ତ ୨ ଛାତ୍ରୀ ମାନଙ୍କୁ ନେଇ ଗତ ୮ ଦିନ ଧରି ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ କବିରାଜ ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଇଆଇସି କମଳା କାନ୍ତ ବସନ୍ତ କହଁର ଉପସ୍ଥିତ ରହିବା ସହ ଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ସେହିପରି ମୁଖ୍ୟ ବକ୍ତା ଭାବେ ବିଷମ କଟକ ମାର୍କମା କଲେଜ ଅଧ୍ୟକ୍ଷ ଅଶ୍ଵିନୀ ପଟ୍ଟନାୟକ ଓ ରମେଶ ସାମନ୍ତ ସମ୍ମାନିୟ ଅତିଥି ଭାବେ ଅଧ୍ୟାପକ ତପନ କୁମାର ସାହୁ, ଯୁବ ସାମ୍ବାଦିକ ଦେବେନ୍ଦ୍ର ନାୟକ, ଅଧ୍ୟାପକ ଗୋଲେଖ ବିହାରୀ ଘଡେ଼ଇ, ସିଲୁ ସେଠୀ ପ୍ରମୁଖ ଯୋଗଦେଇ ଯୋଗଦେଇ ଛାତ୍ରୀ ମାନେ ନେଇଥିବା ତାଲିମକୁ ଭବିଷ୍ୟତରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟରେ ଲଗାଇବା ନିମନ୍ତେ ପରାମର୍ଶ ଦେଇଥିଲେ। ମୋଟ ୧୦୪ଜଣ ଛାତ୍ରୀ ଏଥିରେ ଭାଗ ନେଇଥିବା ବେଳେ ଗୀତାଞ୍ଜଳି ବେହେରା ତାଲିମ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଉମେଶ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଅଧ୍ୟାପକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।