ଅଣ୍ଡା ଖିଆ କୁ ନେଇ ଝଗଡା ଓ ଗଣ୍ଡଗୋଳ

898 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଅଣ୍ଡା ଖାଇବାକୁ ନେଇ ଝଗଡା ଓ ଗଣ୍ଡଗୋଳ । ଏହାକୁ କେନ୍ଦ୍ରକରି ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଟିକର ସାହିର ଗୁନା ବେହେରାଙ୍କ ପୁଅ ବିଶ୍ୱଭୂଷଣ । ଗତକାଲି ଅପରାହ୍ନରେ ବିଶ୍ୱଭୂଷଣ ଓ ସଂପର୍କୀୟ ଭାଇ ମାନସ ଦେଉରୀ ଦୁହେଁ ଆରୁହା ହାଟକୁ ଯାଇଥିଲେ । ସେଠାରେ ଅଣ୍ଡା ଖାଇବାକୁ କେନ୍ଦ୍ର କରି କିଛି ଲୋକଙ୍କ ସହ ବଚସା ହୋଇଥିଲା । ପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ବାଡାବାଡି କରିବା ସହ ନିକଟସ୍ଥ କ୍ଲବ ଘରେ ପୁରାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ତେବେ ପରିବାର ଲୋକେ ସେଠାରେ ପହଂଚିବା ପରେ ବିଶ୍ୱଭୂଷଣ କୁଆଡେ ଚାଲିଯାଇଥିବା ଲୋକେ କହିଥିଲେ । ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ବିଶ୍ୱଭୂଷଣର ସନ୍ଧାନ ପାଇନଥିଲେ । ଆଜି ସକାଳୁ ନିକଟସ୍ଥ ବାଟିଜଙ୍ଗା ଲେଭଲ କ୍ରସିଂ ରେଳ ଧାରଣା କଡରେ ମୃତଦେହ ପଡିଥିବା ପରିବାର ଲୋକେ ଖବର ପାଇଥିଲେ । ସେଠାରୁ ତାକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Facebook Notice for EU! You need to login to view and post FB Comments!

Related Post

କୋଇଲିସୂତାରେ ୩୧ତମ ଦୁର୍ଗା ପୂଜା ପାଳିତ

Posted by - October 13, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର “ତ୍ରିବେଣୀ ଛକ “ବସଷ୍ଟାଣ୍ଡ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା ପାଳିତ ହୋଇଛି!ଦୀର୍ଘ ୩୧…

କେସିଙ୍ଗା ସହରରେ ଶ୍ରୀ ଶିରିଡି ସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ପାଳିତ

Posted by - June 9, 2022 0
କେସିଙ୍ଗା: (ପୀତେଶ ପଟେଲ) ସବକା ମାଲିକ ଏକ  କହିଲେ ଶ୍ରୀ ଶିରିଡ ସାଇବାବା। ଦିନ କୁ ଦିନ ବାବାଙ୍କ ଭକ୍ତି ବଢିବାର ଲାଗିଛି।  ଜୁନ ୫ ରେ…

ଚନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକଙ୍କ ପରଲୋକ

Posted by - June 24, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଦୁଃଖର ବିଷୟ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ ଖମାରି ଙ୍କ ଆଜି…

ହରଭଙ୍ଗା ବ୍ଲକ ରେ ସୌରପମ୍ପ ଶୀଘ୍ର ସ୍ଥାପନ ପାଇଁ ଚାଷୀ ଙ୍କ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ

Posted by - September 9, 2021 0
ବୌଦ୍ଧ: ୮/୯(ଚିତ ରଂଜନ ସିଂ)ଓଡିଶା ଅକ୍ଷୟ ଶକ୍ତି ବିକାଶ (OREDA)ନିୟମ ଅନୁଯାଇ ଆବେଦନ କାରୀଙ୍କ ନିର୍ଧାରିତ କୂପରେ କାର୍ଯ୍ୟlଦେଶର ୪୫ ଦିନ ମଧ୍ୟରେ ସୋଲାର ପମ୍ପ ସ୍ଥାପନ…

ଯାଜପୁରରେ ବିଜେଡି ବିଧାୟକଙ୍କ ପ୍ରଚାରର ମଙ୍ଗ ଧରିଲେ ବରିଷ୍ଠ ନାଗରିକ

Posted by - April 11, 2019 0
ଯାଜପୁର:୧୦/୦୪ ଯାଜପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକିୟା । ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ…

Leave a comment

Your email address will not be published.