ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଉମା ପଞ୍ଚାୟତ ଅନ୍ତର୍ଗତ ରେଘାମୁଣ୍ଡା ସ୍ଥିତ ଐତିହ୍ୟ ପୀଠ ଦେଢ଼ ଶୁର ଭାଇବୋହୁ ପାହାଡ଼ ସ୍ଥିତ ବାବା କପିଳେଶ୍ୱର ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା,l
କଣ୍ଟାମାଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ସେନାପତି ଙ୍କ ନେତୃତ୍ୱରେ ଏହି ମଶାଲ ଶୋଭା ଯାତ୍ରାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,ବ୍ଲକ୍ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ,ବିଡ଼ିଓ କଳାକୃଷ୍ଣ ପ୍ରଧାନ,ତହସିଲଦାର କର୍ଣ୍ଣ ମଲ୍ଲିକ ଙ୍କ ସମେତ ବ୍ଲକ୍ ଓ ତହସିଲ ପ୍ରଶାସନ ,ବ୍ଲକ୍ ର ସମସ୍ତ ପଂଚାୟତ ର ସରପଞ୍ଚ,ସମିତି ସଭ୍ୟ / ସଭ୍ୟା ମାନେ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ l , କଳରାକୋଠା ଠାରୁ ଏକ ବର୍ଣ୍ଣାଢ଼୍ୟ ବିରାଟ ଶୋଭାଯାତ୍ରା କଣ୍ଟାମାଳ ସହର ପରିକ୍ରମା କରିଥିଲା,l ଏଥିରେ ସଂକୀର୍ତ୍ତନ ଓ ଦୂଲ୍ ଦୁଲି ଦଳ ସାମିଲ ଥିଲେ l