ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଖଡ଼ଙ୍ଗ ଲୋକମହୋତ୍ସବ ସାଂସ୍କୃତିକ ମଣ୍ଡପ ମଙ୍ଗଳବାର ଉଦଘାଟିତ ହୋଇଯାଇଛି |ମଧ୍ୟାହ୍ନରେ ଏକ ମଶାଲ ଶୋଭାଯାତ୍ରା ରୁଗୁଡ଼ିପାଲି ଶିବ ମନ୍ଦିର ଠାରୁ ବାହାରି ମହୋତ୍ସବ ମଣ୍ଡପକୁ ନେଇ ସ୍ଥାପନ କରାଯାଇଥିଲା |ପରେ ନୂତନ ଭାବେ ନିର୍ମିତ ମହୋତ୍ସବ ମଣ୍ଡପକୁ ପ୍ରଥମେ ଉଦଘାଟନ କରାଯାଇଥିଲା |
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ,କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ପ୍ରମୁଖ ଯୋଗଦେଇଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ବେହେରା,ଶିକ୍ଷକନେତା ନୀଳାଞ୍ଚଳ ଭୋଇ, ଯୁବନେତା ପ୍ରଶାନ୍ତ ରଣା,ପ୍ରେମରାଜ ରଣା, ପ୍ରଭାତ ସାହୁ, ବଂଶୀଧର ମାଝୀ,ଦେବେନ୍ଦ୍ର କୁଦେଇ, ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ ଓ ଜୋନ 1ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସମେତ ମହୋତ୍ସବ କମିଟିର ସଭାପତି, ସମ୍ପାଦକ ଓ ସଭ୍ୟ ଉପସ୍ଥିତଥିଲେ l