ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକି ବିଶ୍ୱକପ । ଏଥିପାଇଁ ଆସନ୍ତା କାଲି କଟକରେ ଅନୁଷ୍ଠିତ ହେବ ଉଦଘଟନୀ ଉତ୍ସବ। ଏହି ଉଦ୍ଘାଟନ ଉତ୍ସବର ସିଧା ପ୍ରସାରଣ ଯାଜପୁରରେ ନବନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ରର ଷ୍ଟାଡିୟମ ରେ ବଡ଼ ପରଦା ରେ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଯାଜପୁର ଜିଲପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।
ଏଥିସହ ୧୩ ତାରିଖ ରେ ହେବାକୁ ଥିବା ପ୍ରଥମ ମ୍ୟାଚର ମଧ୍ୟ ସିଧାପ୍ରସାରଣ କୁ ଉପଭୋଗ କରିବେ ଯାଜପୁର ଜିଲ୍ଲାବାସୀ। ସେହିପରି ଜିଲାର ସମସ୍ତ ପଂଚାୟତ ସ୍ତରରେ ହକି ଖେଳ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ସୂଚନା ଦେଇଛନ୍ତି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର। ଏହି ଅବସରରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।