ବଡ଼ବିଲ : ବଡ଼ବିଲ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଛି। ସ୍ଥାନୀୟ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ଡ଼ଃ ତୁଳସୀ ମୁଣ୍ଡା ସମାଜ ଗଠନ ଦିଗରେ ଓ ସତ୍ୟ ଖବରକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଗଡପଳାଶୁଣି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ସାହାଣୀ ତାଙ୍କର ବକ୍ତବ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଭୀକ ହୋଇ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦିବାସୀ ବିକାଶ ସମିତିର ସଭାପତି ଦମୟନ୍ତୀ ଖଟୁଆ ସାମଲ ତାଙ୍କର ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପ୍ରେସ କ୍ଲବ ତରଫରୁ ବଲାଣି ଅଞ୍ଚଳର ୪ ଜଣ ଉଦୀୟମାନ ମହିଳା କ୍ରିକେଟ ଖେଳାଳି ଓ ତାଙ୍କର କୋଚଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରକାଶ ଥାଉକି ଏହି ଖେଳାଳିମାନେ ଜାତୀୟ ସ୍ତରରେ ଓଡିଶା ଓ ଝାଡଖଣ୍ଡ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆର୍ଥିକ ସ୍ଥିତି ସେମାନଙ୍କୁ ଉପଯୁକ୍ତ ତାଲିମ ପାଇବାରେ ଅନ୍ତରାୟ ସୃଷ୍ଟି କରୁଛି। ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ ଦାସ କ୍ଲବ ତରଫରୁ ଏହି ଖେଳାଳିମାନଙ୍କୁ କିଟ ଯୋଗାଇଦେବାକୁ ଘୋଷଣା କରିଥିଲେ। କ୍ଲବର ସମ୍ପାଦକ ଶାନ୍ତନୁ ଦାଶଙ୍କ ଆହ୍ୱାନ କ୍ରମେ ଆଦିବାସୀ ବିକାଶ ସମିତିର ସଭାପତି ଏହି ଝିଅମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବେ