ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସାମୁହିକ ବ୍ରତପନୋୟନ ଉତ୍ସବ ଉପଲକ୍ଷେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନର ଏସୋସିଏସନ ଓଡିଶା ଏବଂ ସୁବର୍ଣ୍ଣପୁର ସହର ରାମଧୁନ କ୍ଲବ ମଝିପଡା ମିଳିତ ସହଯୋଗ ରେ ଆୟୋଜିତ ଏକ ହୋମିଓପ୍ୟାଥିକ ଦାତବ୍ୟ ଚିକିତ୍ସା ଶିବିର କୁ ଆଜି ଉଦଘାଟନ କଲେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ l ଏ ମହତ କାର୍ଯ୍ୟକୁ ପ୍ରଶଂସା କରି ଡାକ୍ତର, ଆୟୋଜକ ଓ କ୍ଲବ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ l ଏହି ଉପଲକ୍ଷେ ଆୟୋଜିତ ପରାୟଣ, ପ୍ରବଚନ ଓ ସୁନ୍ଦରା କାଣ୍ଡ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମଧ୍ୟ ଶ୍ରୀ ଦାଶ ଉଦଘାଟନ କରିଥିଲେ l
ଡକ୍ଟର ଶିବ ନାରାୟଣ ମିଶ୍ର, ଦିଲ୍ଲୀପ ପଧାନ ବାଲାଙ୍ଗୀର,ଡାକ୍ତର ସୂର୍ଯ୍ୟ ନାରାୟଣ ବାଗ, ଜଗନ୍ନାଥ ଦାଶ, ଜଗଦୀଶ ମେହେର ସୋନପୁର, ଡା, ପ୍ରଫୁଲ୍ଲ କୁମାର ବାରିକ କେନ୍ଦ୍ରାପଡା ଏହି ଶିବିରରେ ବିଭିନ୍ନ ବିଭାଗର ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରିଥିଲେ l ଡାକ୍ତର ଜଗତବନ୍ଧୁ ତ୍ରିପାଠୀ, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ସାମ୍ବାଦିକ ପ୍ରକାଶ ବେଵର୍ତା, କାଉନସିଲର ପିୟୁଷ ପଣ୍ଡା, ବିକାଶ ପଣ୍ଡା, ସୁରଜ ସାହୁ, ରଞ୍ଜୁ ସାହୁ, ସନ୍ତୋଷ ପାଢ଼ୀ, ବଣ୍ଟି ମିଶ୍ର, ବୁବୁନ ନାଏକ, ଶାନ୍ତନୁ ଆଚାର୍ଯ୍ୟ, ପ୍ରତାପ ଦାଶ, ପ୍ରମୁଖ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l