ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ କୁଆଁସ ମଙ୍ଗଳା ମଣ୍ଡପରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ବିଶାଳ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି।ପ୍ରବାଦ ପୁରୁଷ ସ୍ବର୍ଗତ ଅଶୋକ ଦାସଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆୟୋଜିତ ଏହି ଶିବିରକୁ ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର, ବ୍ଳକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି,ସ୍ଥାନୀୟ ସରପଂଚଙ୍କ ସମେତ ବହୁ ବରିଷ୍ଠ ନେତା ମାନେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ସମେତ ବହୁ ଗ୍ରାମବାସୀ ଯୋଗ ଦେଇ ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୩୩୩ ୟୁନିଟ ରକ୍ତ ସଂଗୃହ କରାଯିବା ଲକ୍ଷ ରଖାଯାଇଛି ।