ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ପୂର୍ବତନ ବିରୋଧୀ ଦଳ ନେତା ତଥା ସାଲିସବିହୀନ ରାଜନେତା ସ୍ବର୍ଗତ ଅଶୋକ ଦାସ ଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକ । ଏହି ଅଵସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ବଢି ଭୋର ରୁ ମା ବିରଜା ମନ୍ଦିରରେ ଦୀପ ଦାନ କରାଯାଇଛି।ଯାଜପୁର ପୌରପାଳିକା ରେ ବିଭିନ୍ନ ୱାର୍ଡରେ ସଫେଇ କରାଯିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ସିଲେଇ ମେସିନ ବଣ୍ଟନ କରାଯାଇଛି।
ସେହିପରି ଯାଜପୁର ମେଡ଼ିକାଲ ପରିସରରେ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବିରଜା ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପ୍ରଦୀପ ପୁସ୍ତକ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ ଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି। ଆଜି ଦିନ ତମାମ ଜିଲାର ବିଭିନ୍ନ ସ୍ଥାନରେ ନାନା କାର୍ଯ୍ୟକ୍ରମ ଆୟୋଜନ ହେବା ପାଇଁ ସ୍ଥିର ହୋଇଛି।