ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଚୈତନ୍ୟ ରଣା ଓ ଜିତେନ୍ଦ୍ର ପ୍ରସାଦ ଦେହୁରୀଙ୍କ ଧାନଖଳାରୁ ଅମଳ ହୋଇ ବସ୍ତାରେ ଭର୍ତ୍ତୀ ହୋଇଥିବା ଧାନକୁ ଶନିବାର ପ୍ରାତ ପ୍ରାୟ ୩ଘଣ୍ଟା ସମୟରେ ହାତୀପଲ ଆସି ଧାନ ଖାଇ ଦେଇଛନ୍ତି। ଚୈତନ୍ୟ ରଣାଙ୍କ ୨ ଏକରର ସମସ୍ତ ଅମଳ ଧାନ ଓ ଜିତେନ୍ଦ୍ରଙ୍କ ପ୍ରାୟ ଏକ ଏକରର ଧାନ ଖାଇ ଦେଇଛନ୍ତି । ସୂଚନାମତେ ଗତକାଲି ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୁଖିଲାସର ଗ୍ରାମରେ ଧାନ ଖାଇ ଜଣେ ବୃଦ୍ଧଙ୍କୁ ଦଳି ଦେଇଥିଲେ।
ଆଜି ହାତୀପଲ ତେଲ ନଦୀ ପାର ହୋଇ ଭୋର ସମୟରୁ ଏପରି ଅନେକ ଲୋକଙ୍କ ଧାନ ପରି ନଷ୍ଟ କରିଦେଇ ଏହି ଦୁଇ ଜଣଙ୍କ ଧାନ ଖାଇ ନିକଟସ୍ଥ ସୁନାଦେଇ ପାହାଡ଼କୁ ଚାଲିଯାଇଥିବା ନେଇ ସ୍ଥାନୀୟ ବନ ବିଭାଗର ଫରେଷ୍ଟର ଚନ୍ଦ୍ର ଶେଖର ଦାସଙ୍କଠାରୁ ପ୍ରକାଶ। ଖବର ପାଇ କଣ୍ଟାମାଳ ରେଞ୍ଜର ସୁଶ୍ରୀ କ୍ଷୀରାବ୍ଧି ପ୍ରଧାନ ଓ ସ୍ଥାନୀୟ ଘଣ୍ଟାପଡ଼ା ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ତାଙ୍କରି ସୂଚନାମତେ ଏହି ହାତୀ ପଲରେ ୧୦ଟି ହାତୀ ଅଛନ୍ତି ଏବଂ ଏମାନଙ୍କୁ ଘଉଡାଇବା ପାଇଁ ଆଜି ସମସ୍ତ ଚେଷ୍ଟା କରାଯିବ l