ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୨୯ ତାରିଖରୁ ଯାଜପୁର ବ୍ଳକ ଚଇନିପୁରସ୍ଥିତ ସୁଦର୍ଶନପାଢ଼ୀ ଉଚ୍ଚବିଦ୍ୟାଳୟ ପଡିଆରେ ଆରମ୍ଭ ହେବ ୧୪ତମ ଅଶୋକଦାସ ମେମୋରିଆଲ ଅଲ ଇଣ୍ଡିଆ କ୍ରିକେଟ ଟୁର୍ଣ୍ଣାମେଂଟ। ମେଲବର୍ଣ କ୍ରିକେଟ କ୍ଲବ ଓ ଜିଲା କ୍ରିକେଟ ଆସୋସିଏସନ ପକ୍ଷରୁ ଅଶୋକଦାସ ଫାଉଣ୍ଡେସନର ସହଭାଗିତା ରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟ ଏବଂ ରାଜ୍ୟ ବାହାରର ୧୦ଟି ଦଳ ଭାଗ ନେବେ । ଏଥିରେ ବିଶାଖାପାଟଣା, ଛତିଶଗଡ଼, ରାଞ୍ଚି, ବୋକାରା ଆଦି ଅନେକ ଦଳ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ। ଉଭୟ ଚମ୍ପିୟାନ ଓ ରନର୍ସ ଅପ ଦଳ କୁ ପୁରସ୍କାର ପ୍ରଦାନ କରାଯିବ।
