ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ଯାଜପୁର ଓ ଭାରତୀୟ ମଜ୍ଦୁର ସଂଘ ସହଭାଗିତାରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ ଓ ଜେଲଭରୋ ଆନ୍ଦୋଳନ । ଜିଲ୍ଲା ସଭାନେତ୍ରୀ ପୁଷ୍ପଲତା ରାଉତଙ୍କ ନେତୃତ୍ୱରେ ଶତାଧିକ ଆଶା କର୍ମୀ କିଆନାଳି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ରାଜ୍ୟ ଓ କେନ୍ଦ୍ର ସରକାର କରୁଥିବା ଅବହେଳା ବିରୁଦ୍ଧରେ ଆଶାକର୍ମୀ ମାନେ ସ୍ୱର ଉତ୍ତୋଳନ କରିବା ସହିତ ସର୍ବନିମ୍ନ ନ୍ୟାର୍ଯଦାବୀ ଉପସ୍ଥାପନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦୋଇଥିଲେ । ଅନୁଷ୍ଠିତ ଏହି ବିକ୍ଷୋଭରେ ଭାରତୀୟ ମଜ୍ଦୁର ସଂଘର ଜିଲ୍ଲା ସଭାପତି ବଟକୃଷ୍ଣ ସାହୁ, ଆଶାକର୍ମୀ ସଂଘର ଜିଲ୍ଲା ସଂମ୍ପାଦକ ହେମଲତା ଦାସଙ୍କ ସମେତ ବହୁ ଆଶାକର୍ମୀ ୭ଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।