ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନସର୍ ପଞ୍ଚାୟତ ଝାଙ୍କ୍ରିପାଲି ଗାଁ ରେ ପ୍ରଥମ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି। ଧନୁଯାତ୍ରା ର ତୃତୀୟ ଦିବସରେ ପୁତନା ବଧ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ କଂସ ମହାରାଜ ନଗର ଭ୍ରମଣ କରିବା ସହ ସନ୍ଧ୍ୟାରେ ରଙ୍ଗ ଆୟୋଜିତ ହୋଇଥିଲା। ରଙ୍ଗ ସଭାରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ସମ୍ମାନିତ ଅତିଥି ରୂପେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ରୁକୁ ସୁନା ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଦାଦନ ସମସ୍ୟା ରୋକିବାକୁ ବ୍ଲକ୍ ପ୍ରଶାସନ କଣ ପଦକ୍ଷେପ ନେଇଛନ୍ତି ବୋଲି ମହାରାଜ କଂସ ପ୍ରଶ୍ନ କରିଥିବା ବେଳେ ବିଡ଼ିଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବର୍ଷକୁ ଦାଦନ ପ୍ରବଣ ବ୍ଲକ୍ ରେ ୩ ଶହ ଦିନ ର କାମ ଯୋଗାଜାଉଥିବା କହିଥିଲେ। ଆୟୋଜକ କମିଟି ତରଫରୁ କଣ୍ଠଶିଳ୍ପୀ ରୁକୁସୁନା କୁ ମହାରାଜ କଂସ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପରେ ରୁକୁସୁନ ଙ୍କ ଗୀତର ତାନେ ତାନେ ନାଚ ଗୀତ ରେ ଦର୍ଶକ ଝୁମି ଉଠିଥିଲେ। ଏହି ଅବସରରେ ଆୟୋଜକ କମିଟି ସଭାପତି ଯଶୋବନ୍ତ ସାହୁ, ଉପସଭାପତି ଜଳଧର ତାଣ୍ଡି, ଜ୍ୟୋତିଷ ସାହୁ, ରବି ଗଡତ୍ୟା, ମଧୁ ସୁନା, ଅଙ୍ଗଦ ତାଣ୍ଡି, ମୋହନ ସୁନା, ପ୍ରଶାନ୍ତ ଗଡତ୍ୟା, ଲିପନ ସ୍ୱାଇଁ, କିଶୋର ସାହୁ, ବିଶ୍ୱଜିତ୍ ପ୍ରଧାନ ପ୍ରମୁଖ ଆୟୋଜକ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ରେ ରାମ ଦୋଳି, ମୀନାବଜାର, ବିଭିନ୍ନ ଦୋକାନ ବଜାର ରେ ଗାଁ ଉତ୍ସବ ମୁଖର ହୋଇ ଉଠିଛି।