ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ତଥା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୀରୀସୋଲା ଗ୍ରାମରେ ଜଣେ 61 ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣା ପଡିଛି I ବ୍ୟକ୍ତି ଜଣଙ୍କ ସେହିଗ୍ରାମର ଭବାନୀ ଜେନାଙ୍କ ପୁଅ ଧୋବା ଜେନା I ଧୋବା ଛାତର ରଡ୍ ଝୁଲି ଆତ୍ମହତ୍ୟା କରିଥିବା ବେଳେ ପାରିବାରିକ ଅଶାନ୍ତିରୁ ଧୋବା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି I
ଘଟଣା ନେଇ ଧୋବାଙ୍କ ପୁଅ ବେଲଗୁଣ୍ଠା ଥାନାରେ ଜଣାଇବା ପରେ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଧୋବାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଭଂଜନଗର ମେଡିକାଲ୍ କୁ ପଠାଇଥିଲେ I ଏନେଇ ବେଲଗୁଣ୍ଠା ଥାନାରେ 28/22 ରେ ଏକ ମାମଲା ରୁଜୁ ହେବା ସହିତ ଏଏସ୍ଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଘଟଣାର ତଦନ୍ତ କରୁଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I