ମୟୁରଭଞ୍ଜ:11/11/2019 ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ପଞ୍ଚାୟତ ଖଟୁଆପଡା ଗ୍ରାମବାସୀଙ୍କ ବ୍ଲକ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଇଂରେଜଜୁ ହଟାଇ ନିଜ ହାତକୁ ନେଲେ ଶାସନ। ବିଶ୍ୱାସ ଥିଲା ନିଜ ଲୋକଙ୍କ ହାତରେ ଶାସନ କ୍ଷମତା ରହିଲେ ପାଇବେ ନ୍ୟାୟ ସାଙ୍ଗକୁ ତ୍ୱରିତ ସେବା। ହେଲେ ନିଜ ଲୋକ ପର ସାଜୁଛି ଆଉ ଇଂରେଜ ଶାସନକୁ ବଳି ଯାଉଛି ଦେଶୀ ଶାସନ। ଯାହାର ନଗ୍ନ ନମୁନା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ। ଖଟୁଆପଡା ଗ୍ରାମବାସୀ ଆଜି ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି,
ଅଭିଯୋଗ ଅନୁଯାୟୀ ଗାଁ କୁ ରାସ୍ତା ନ ଥିବା ବେଳେ ଏବେବି ପିଇବା ପାଣି ସମସ୍ୟା ଲାଗିରହିଛି। ଗାଁ ରେ ଅନେକ ଲୋକ ଏବେ ବି ଇନ୍ଦିରା ଆବାସ ଯୋଜନାରେ ହେଉ କି ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାନ୍ତି। ଖଟୁଆପଡା ଗ୍ରାମବାସୀ ଆଜି ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ଡାବିନେଇ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ମୋ ସରକାର ହେଉକି 5T କାର୍ଯ୍ୟକ୍ରମ ସଫଳତା ପାଇଁ ପ୍ରଶାସନିକ ଅଧିକାରୀ ମାନେ ଯେ ସାଧାରଣ ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହୁଛନ୍ତି ଏହାଠାରୁ ବଡ଼ ପ୍ରମାଣ ଆଉ ଜଣ ହୋଇପାରେ ଅନ୍ୟପକ୍ଷରେ ପିଇବା ପାଣି ସମସ୍ୟାକୁ ନେଇ ବ୍ଲକ ସମ୍ମୁଖରେ ଗରା ଓ ବାଲ୍ଟି ଧରି ବିକ୍ଷୋଭ ପ୍ରଦର୍ଶନ କରିବା ଭଳି ଘଟଣା ସରକାରଙ୍କ ସବୁ ଯୋଜନାକୁ ପ୍ରହସନରେ ପରିଣତ କରିଛି। ଏସବୁ ସମସ୍ୟାର ସ୍ଥାୟୀ ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇ କହିଛନ୍ତି ଗ୍ରାମବାସୀ।