ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ସୁକୁତେଲ ନଦୀ ତୁଠରୁ ବେଆଇନ ବାଲି ଚୋରା ଚାଲାଣ ଉପରେ ଖପ୍ରାଖୋଲ ତହସିଲଦାର ଚଢାଉ କରି ୨୫ ହଜାର ଟଙ୍କା ଜରିବାନ ଆଦାୟ କରିଥିବା ଜଣାଯାଇଛି। ସୁଚନା ଅନୁସାରେ ବେଆଇନ୍ ବାଲି ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥଲେ। ସେଠାରୁ ବାଲି ବୋଝେଇ ଏକ ଟ୍ରାକ୍ଟର ଅଟକାଇ ପଚରା ଉଚରା ପରେ ବେଆଇନ୍ ଚାଲାଣ ହେଉଥିବା ଜାଣି ୨୫ହଜାର ଟଙ୍କା ଜୋରିବାନ ଆଦାୟ କରାଯାଇଥିବା ତହସିଲ ଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି।
