ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନି ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ରାଜ କିଶୋର ପୃଷ୍ଟି ସଭାପତିତ୍ବ କରିଥିବା ବେଳେ,ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗୋଦେଇ ତାଙ୍କ ପିଲାଦିନର ଖେଳରେ ଅଂଶ ଗ୍ରହଣ ଓ ଉପକାରିତା ସମ୍ପର୍କରେ ଛାତ୍ର, ଛାତ୍ରୀ ମାନଂକୁ ଉଦବୋଧନ ଦେଇଥିଲେ l
ସମ୍ମାନିତ ଅତିଥି ଭାବେ ବୌଦ୍ଧ କ୍ରୀଡ଼ା ସଂସଦ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ସାରା ଜୀବନ ରେ କ୍ରୀଡ଼ା କୁ ନିଜର ଜୀବନକୁ ନିଶାରେ ପରିଣତ କରିଦେଇଥିବାବେଳେ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଉପରେ ସୂଚନା ପ୍ରଦାନ କରିଥିଲେ l
ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ଵାଧୀନ ବିଶ୍ବାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜ କୁମାର ପ୍ରଧାନ, ପରିଚାଳନା କମିଟି ସଦସ୍ୟ କୃତ୍ତିବାସ ପଲିଆ, କ୍ରୀଡ଼ା ଶିକ୍ଷକ ତପନ କୁମାର ମାଝୀ, କୃଷ୍ଣ ଚନ୍ଦ୍ର ସେଠୀ, ଦଶରଥ ଭୋଇ ମଞ୍ଚା ସିନ ଥିବାବେଳେ ବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ଜିନୀ ସାହୁ ମଞ୍ଚ ପରିଚାଳନା କରିଥିଲେ l