ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ଟିର୍ଲିଆମ ଛକ ଜାତୀୟ ରାଜପଥ ୨୬ ନିକଟରେ ମଙ୍ଗଳବାର ରାତିରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଆମପାଣି ପୋଲିସ ବିଳମ୍ବିତ ରାତିରେ ଘଟଣା ସ୍ଥଳକୁ ଯାଇ ଶବକୁ ଉଦ୍ଧାର କରି ଶବ ବାହକ ଗାଡି ସହାୟତାରେ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଥିଲେ।
ଦୁର୍ଘଟଣାରେ ମୃତ ଯୁବକ ଆମପାଣି ପଞ୍ଚାୟତ ଟିର୍ଲିଆମ ଗ୍ରାମର ସଦା ମାଝୀ(୪୫) ବୋଳି ଜଣାପଡିଛି। ସେ ଜଣେ ମାନସିକ ବିକାର ଗ୍ରସ୍ତ ରହିଥିବା ପରିବାର ପକ୍ଷରୁ ସୁଚନା ମିଲିଛି। ଏନେଇ ପୋଲିସ ମୃତକଙ୍କ ପରିବାରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାରକୁ ହସ୍ତାନ୍ତର କରିଛି । ଏନେଇ ଆମପାଣି ଥାନାରେ ଦୁର୍ଘଟଣା ଜନିତ ମାମଲା ୧୨୦/୨୨ ରୁଜୁକରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ରାଜେଶ ପରିଡା ସୁଚନା ଦେଇଛନ୍ତି।
ଅନ୍ୟପଟେ ଖବର ପାଇ ଆମପାଣି ସରପଞ୍ଚଙ୍କ ପ୍ରତିନିଧି ମନୋରଞ୍ଜନ ବାଣୁଆ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରିବା ଓ ଅଜଣା ଗାଡି ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାରୀ କ୍ଷତିପୂରଣ ସହାୟତା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଳି କହିଛନ୍ତି।