ଯାଜପୁର :(ଆନନ୍ଦଚନ୍ଦ୍ର ସାହୁ )ଯାଜପୁର ଜ଼ିଲ୍ଲାଶିଶୁ ସୁରକ୍ଷା ୟୁନିଟ ଓ ଓଡିଶା ଶିଶୁ କଲ୍ୟାଣ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ନରହସିଂହ ଚୌଧୁରୀ ମହାବିଦ୍ୟାଳୟରେ ଜ଼ିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗଦେଇ ଚିତ୍ରାଙ୍କନ ବୁଲି ଦେଖିବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l
ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ନେତୃତ୍ୱ ରେ ୫ଟି ଗ୍ରୁପକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପରିଶେଷରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ୫ ଟି ଗ୍ରୁପର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା।