ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଓମ ଭ୍ୟାଲି ସ୍କୁଲରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ମାଧ୍ୟମିକ ବିଦ୍ୟାଳୟର କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତାର ଖେଳର ଦ୍ୱିତୀୟ ଦିନରେ କ୍ୱାଟ ର ଫାଇନାଲ ମ୍ୟାଚରେ ବିଜୟୀ ହେଇଥିବା ବାଳକ ଟିମ ମାନେ ହେଲେ ସେଣ୍ଟଏନି ସ୍କୁଲ, ବିକାଶ ସ୍କୁଲ ସମ୍ବଲପୁର, ଓମ ଭ୍ୟାଲି ସ୍କୁଲ , ଏସ ଇ ସି ରେଳବାଇ ସ୍କୁଲ ଓ ବାଳିକା ଟିମ ହେଲେ ଏସ ଇ ସି ରେଳବାଇ ସ୍କୁଲ, ସେଣ୍ଟ ଜାଭିୟର୍ସ ସ୍କୁଲ। ଏହି ପ୍ରତିଯୋଗୀତା ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆସନ୍ତା କାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସ୍କୁଲ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।
