ଧର୍ମଗଡ: (ହେମନ୍ତ କୁମାର ମାଝୀ)ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଭାରତ ବନ୍ଦ ଡାକରା ରେ ମଙ୍ଗଳବାର ଦିନ ଧର୍ମଗଡ ଠାରେ ଆଦିତ୍ୟ ହଂସ ଙ୍କ ଆବାହକ କ୍ରମେ ଚାରିଛକ କୁ ଅବରୋଧ କରାଯାଇଥିଲା।ବ୍ଲକ ସଭାପତି ଚିତ୍ରସେନ ଗୋପାଳ ଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁ ଧର ଲହଜଳ,କାଉନସିଲର ଫକୀର ରାଉତ,ଯୁବଶଙ୍କର ନାଏକ,ଡାକେଶ୍ୱର ଲହଜଳ,ରତନ ନାଏକ,ଦିଗାମ୍ବର ଦୁରିଆ ପ୍ରମୁଖ ବନ୍ଦ ଡ଼ାକରାରେ ସାମିଲ ହୋଇଥିଲେ।ପ୍ରମୁଖ ୩ଟି ଦାବୀ ନେଇ ବନ୍ଦ ଡାକରା ଦିଆଯାଇଥିଲା।
ସେଥିମଧ୍ୟରୁ ଓବିସି କୁ ଜନଗଣନା କରି ୫୨%ପ୍ରତିଶତ ଅଧିକାର ଅନୁଯାୟୀ ୨୭%ସଂରକ୍ଷଣ ସବୁ କ୍ଷେତ୍ରରେ ବ୍ୟବସ୍ଥା,ଚାଷୀଙ୍କଏମ ଏସ ପି ବୃଦ୍ଧି ଓ ଇ ଭି ଏମ ହଟାଇବା ଆଦି ଦାବି ରହିଛି।ସକାଳ ପ୍ରାୟ ୯ଘଣ୍ଟା ସମୟରେ ଧର୍ମଗଡ ମୁଖ୍ୟ ରାସ୍ତା କୁ ସଦସ୍ୟ ମାନେ ଅବରୋଧ କରିଥିଲେ।ଯାହାରି ଫଳରେ ଯାନବାହନ ଯାତାୟାତ କରିବାରେ ବ୍ୟାଘାତ ଦେଖାଦେଇଥିଲା।ଏପରିକି ଦୀର୍ଘ ୩ଘଣ୍ଟା ଧରି ଏହି ଭାରତବନ୍ଦ ଜାରି ରହିଥିବା ବେଳେ ଲୋକେ ନାଇନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ।
ତେବେ କେନ୍ଦ୍ର ହେଉ ଅବା ରାଜ୍ୟ ସରକାର ହେଉ ଓ ବି ସି ବର୍ଗ ଙ୍କୁ ସବୁବେଳେ ଅଣଦେଖା କରି ଆସୁଥିବା ନୀତି କୁ ସଂଘ ଘୋର ନିନ୍ଦା କରିଥିଲା।ଏହାର ଉଚିତ ଜବାବ ରଖିବାକୁ ସଦସ୍ୟ ମାନେ ଆହ୍ୱାନ କରିଥିଲେ।ଆଗାମୀ ଦିନରେ ଏହାର ବିଚାର କରାନଗଲେ ସାରା ଭାରତ ବର୍ଷରେ ବଡ଼ ଆନ୍ଦୋଳନ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦେଇଛନ୍ତି।ଏହି ଭାରତ ବନ୍ଦ ଆନ୍ଦୋଳନ କୁ ଓବିସି,ଏସସି,ଏସଟି ମିଳିତ ସଂଘ ସହ ଅନେକ ସଂଘ ସମର୍ଥନ ଦେଇଥିବା ଜଣାପଡିଛି।