ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁ ରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।ଏହି ଘଟଣାରେ ମଙ୍ଗଳବାର ଦିନ ସାଇଣ୍ଟିଫିକ ଟିମ ସାହାଯ୍ୟ ରେ ପୁଲିସ ତଦନ୍ତ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି।
ସୁଚନା ରୁ ଜଣାଯାଏ ଯେ ସୋମବାର ସନ୍ଧ୍ୟାରେ କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳା ରେ ସେହି ଗ୍ରାମ ର ଦୟାନିଧି ଦୁଣ୍ଡକିଆ(୫୨)ଙ୍କୁ ପଥର ରେ ଛେଚି ନିର୍ମମ ଭାବେ ହତ୍ୟା ଘଟଣା ରେ ମୃତକ ଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ହତ୍ୟା ଅଭିଯୋଗ ଆଣିବା ସହ ଜମିବାଡ଼ି ବିବାଦ କୁ ନେଇ ବଡ଼ ବାପା ପୁଅ ରୂପଧର ଦୁଣ୍ଡକିଆ ଓ କାକା ପୁଅ ଦେବରାଜ ଦୁଣ୍ଡକିଆ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ।ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଛନ୍ତି।
ସାଇଣ୍ଟିଫିକ ଟିମ ରିପୋର୍ଟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ଘଟଣାର ସମସ୍ତ ତଥ୍ୟ ସାମ୍ନା କୁ ଆସିବା ନେଇ ପୁଲିସ ସୁଚନା ଦେବାସହ ଏହି ହତ୍ୟା ଅଭିଯୋଗରେ ୨ ଜଣ ଅଭିଯୁକ୍ତ ଦେବରାଜ ଦୁଣ୍ଡକିଆ(୫୩)ଓ ରୂପଧର ଦୁଣ୍ଡକିଆ ଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେବାସହ ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର ୨୯୬/୨୨ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି କହିଥିଲେ।