ଖପ୍ରାଖୋଲ: ୨୭/୧୧( ତାପସ ରଞ୍ଜନ ବେହେରା) ପ୍ରସିଦ୍ଧ ହରିଶଙ୍କର ମନ୍ଦିର ନିକଟସ୍ଥ ଧର୍ମଶାଳା ପ୍ରାଙ୍ଗଣ ରେ କୋଶଳ ଜ୍ଯୋତିର୍ଜ୍ଞାନ ପଣ୍ଡିତ ମହାସଭା ର ବାର୍ଷିକ ଅଧିବେଶନ ଶତାଧିକ ପଣ୍ଡିତ ମାନଙ୍କ ଉପସ୍ଥିତ ରେ ବୈଠକ ଅନୁଷ୍ଠିତ ହୋଇଥିଲା । ମୂଖ୍ଯ ଅତିଥି ତଥା ପରମେଶ୍ବରୀ ପଞ୍ଜିକା ର ଗଣକ ମେଡେନ କୁମାର ବିଶି, ବରିଷ୍ଠ ଜ୍ଯୋତିର୍ବିଦ ମୂଖ୍ଯ ଅତିଥି ତ୍ରିଲୋଚନ ରାଉତ ଓ ସମ୍ମାନୀତ ଅତିଥି ଜ୍ୟୌତିର୍ବିଦ ଯୋଗେନ୍ଦ୍ର ହୋତା, କର୍ମକାଣ୍ଡୀ ପଣ୍ଡିତ ମାୟାଧର ପଣ୍ଡା ଜୌତିଷ ର ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ।
ବିଶିଷ୍ଟ ବାସ୍ତୁବିଦ ତଥା ମହାସଭା ର ସଂପାଦକ ପ୍ରକାଶ ପୂଜାରୀ, ଅତିଥି ମାନଙ୍କ ର ସୂଚନା ପ୍ରଦାନ ପରେ ବିଭିନ୍ନ ପ୍ରାନ୍ତରୁ ଶାସ୍ତ୍ରୀୟ ପ୍ରମାଣ କିପରି ଜନମାନସରେ ଉପକାର କରୁଛି। ସେ ବାବଦରେ ଉପସ୍ଥିତ ପଣ୍ଡିତ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏହି ସଭା ରେ ମାଁ ସମଲେଶ୍ଵରୀ ଜ୍ଯୋତିର୍ଜ୍ଞାନ କେନ୍ଦ୍ର ଡୋଙ୍ଗରିପାଲି, କୋମନା ର ଜୈତିଷ ଗଣକ ଦେବେନ୍ଦ୍ର ଛତ୍ରିଆ, ଚତୁର୍ଭୁଜ ରଣା,ଦେବାର୍ଚ୍ଚନ ଶଗରିଆ,ପଦ୍ମ ଚରଣ ମେହେର, ପୁର ମୋହନ ଗହିର ;ବଳାଙ୍ଗୀର ର ପ୍ରତ୍ଯୁଷ ପଣ୍ଡା, ହରିହର ସାହୁ, ଆସୁତୋଷ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ବଳରାମ ପୁରୋହିତ, ଓ ସନ୍ତୋଷ ପୂଝାରୀ ସମେତ ଶତାଧିକ ପଣ୍ଡିତ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।