ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଲାଡି ଗ୍ରାମର ଜୟନାରାୟଣ ସାହୁ ତାଙ୍କ ବୋଲେରୋ ଗାଡି ଓଡିଶା OD-03-1687 ଚୋରି ହୋଇଥିବା ଗତ 20.09. 2022 ରେ ଲିଖିତ ଅଭିଯୋଗ କରିଥିଲେ I ତରଭା ପୋଲିସ ଏହାକୁ ନେଇ କେସ ନମ୍ବର 215 ୟୁ ଏସ 379 ଆଇପିସି ରେ ମାମଲା ୠଜୁକରି ତଦନ୍ତ ଆରମ୍ଭ କରିଥିଲା I
ଉକ୍ତ ଘଟଣାରେ ତରଭା ପୋଲିସ ର ଏକ ଟିମ ଗତ କାଲି ରାତିରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ବିରମଚନ୍ଦ୍ରପୁତ୍ର ଗ୍ରାମର ପ୍ରତାପ କୁମାର ସେଠି (୩୫), ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୂଂଦେଇପାଲି ଗ୍ରାମର ମିତ୍ର ପୋଢ଼(34) ଏବଂ ସରୋଜ ପୋଢ଼(32) I ଏମାନଙ୍କ ଠାରୁ ପୋଲିସ ଦୁଇଗୋଟି ବୋଲେରୋ ଏବଂ ଗୋଟିଏ ରେନଲର୍ଡ ଡଷ୍ଟର ଚାରିଚକିଆ ଗାଡି କୁ ମିଶାଇ ମୋଟ ତିନି ଗୋଡି ଗାଡି ଜବତ କରିଛି I
ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାରେ ମଧ୍ୟ ବୋଲେରୋ ଚୋରି କରିଥିବା ନେଇ ମାମଲା ରୁଜୁ ହୋଇଥିବା ଜଣାପଡିଛି I ଆଜି ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳି ନେଗୀ ତରଭା ଥାନାରେ ଏକ ସାମ୍ବାଦିକ ସମ୍ବଳିନୀ କରି ସୂଚନା ପ୍ରଦାନ କରିଛନ୍ତି I ଏହି ମାମଲାରେ ଏସଡିପିଓ ପୁଷ୍ପାଞ୍ଜଳି ନେଗୀ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀ, ଏସଆଇ ଯଯାତି କେଶରୀ ସାହୁ, ଏଏସଆଇ ନିମେଇ ଚରଣ ବାରିକ, ସି ଯୁବରାଜ ଦୋରା, ହୋମଗାର୍ଡ ଲିଙ୍ଗରାଜ ପଧାନ, ଅମର ନାଏକ, ବିଜୟ କୁମର ସାହୁ ପ୍ରମୁଖ ଙ୍କ ଏକ ଦଳ ସାମିଲ ରହିଥିଲେ l