Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା

122 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ 8 ଜୋନ୍ ସଦସ୍ୟା ଶ୍ରୀମତୀ ତାରାମଣି ପ୍ରଧାନ ଯୋଗଦେଇ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ୍ ସରପଞ୍ଚ ସଂଘ ସଭାପତି ନିହାର ଘୋଷ୍ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମଲ୍ଲିକ ଓ ଭୈରବୀ ମହୋତ୍ସବ କମିଟି ସମ୍ପାଦକ   ଅଶୋକ କୁମାର ସେଠୀ ମଞ୍ଚସିନ ଥିବା ବେଳେ ସମସ୍ତ ଅତିଥି ସବୁ ସମୟରେ ଏହି ମହୋତ୍ସବ ପାଇ ସାହାଯ୍ଯ ସହଯୋଗ କରିବା ସହିତ ଏହାର ଉନ୍ନତି କାମନା କରିଥିଲେl

ଉକ୍ତ ତୃତୀୟ ସନ୍ଧ୍ୟା ର ସଭା କାର୍ଯ୍ୟ ପରିଚାଳନା ରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର  ପୂର୍ବତନ ଅଧକ୍ଷ ମନୋଜ କୁମାର ପାଠୀ ଓ ରମେଶ ଚନ୍ଦ୍ର ତାରିଣୀଆ ପରିଚାଳନା କରିଥିବେଳେ ଇଂରାଜୀ ଅଧ୍ୟାପକ ଡ. ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ପ୍ରଥମେ ଆଞ୍ଚଳିକ କଳାକାର ଙ୍କ ଦ୍ୱାରା କୃଷ୍ଣଗୁରୁ, ଦଣ୍ଡ ନୃତ୍ୟ ସହ କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନୃତ୍ୟଗୀତ ପରିବେଶଣ ହୋଇଥିଲା l ପରେ ମଞ୍ଚରେ ବୌଦ୍ଧ ପ୍ରଣାମ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ , ପଦ୍ମପୁର ରୁ ଆସିଥିବା ଦୁଲ ଫୁଲ ସମ୍ବଲପୁରୀ ଗ୍ରୁପ୍, ଗନ୍ଧରାଡି କଳା ପରିଷଦ ଚାରି ସମ୍ଭୁ ପକ୍ଷରୁ ଆଦିବାସୀ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ, ସୁନାମଧନ୍ୟ କଣ୍ଠଶିଳ୍ପୀ ଙ୍କ ଦ୍ଵାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦର୍ଶକ ଙ୍କ ମିନାବଜାର, ପଲ୍ଲୀଶ୍ରୀ ମେଳେ, ଯାତ୍ରା ଅପେରା, ଏବଂ ବିଭିନ୍ନ ସୁସ୍ୱାଦ୍ୟ ଖାଦ୍ୟ ଷ୍ଟଲ ଗୁଡିକ ରେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଥିଲା

ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ବେଳେ କାର୍ଯ୍ୟକ୍ରମ ମହୋତ୍ସବ କମିଟିର ଆବାହକ ଶ୍ରୀ ସୁକାନ୍ତ ପଟ୍ଟନାୟକ ଙ୍କ ସମେତ, ବିଭୁଦତ୍ତ ବୋଷ, , ସତୀଶ ବେହେରା, ସଜନ ଅଗ୍ରୱାଲା, ପ୍ରଶାନ୍ତ ସେଠି,କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି,ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହ୍ନର, ସତ୍ୟ ନାୟକ, ଭାଗବତ ମେହେର,ପ୍ରମୁଖ କମିଟି ଅନନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Related Post

‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଲୋକାର୍ପଣ:ବିଜୁ ବାବୁ ଭୁମିକା ରେ ଅନୁଭବ

Posted by - January 16, 2019 127
ଭୁବନେଶ୍ୱର: ଚଳଚ୍ଚିତ୍ରର ନାମ ରଖାଯାଇଛି ‘ବିଜୁବାବୁ’। ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଠାରେ ହଜାର ହଜାର ପ୍ରଂଶସକଙ୍କ ଗହଣରେ ‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରକୁ ଲୋକାର୍ପଣ କରାଯାଇଛି । ଏହି ଅବସରରେ…

ଦୀର୍ଘ ଦିନର ଦାବି ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ

Posted by - October 8, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଦୀର୍ଘ ଦିନର ଦାବି ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ର ବାଟ ଖୋଲିଛି। ରାଜ୍ୟ…

ନଭେମ୍ବର ୮ରେ ମୁକ୍ତିଲାଭ କରିବ ‘ମାଲ୍‌ ମହୁ ଜୀବନ ମାଟି

Posted by - October 24, 2019 212
ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ…

ରଘୁନାଥପୁର ଗ୍ରାମରେ ଦୋଳ ମହୋତ୍ସବ ପାଳିତ

Posted by - March 21, 2022 0
ଭୁବନେଶ୍ୱର:(ପାୟଲ ରାଉତ)ଭୁବନେଶ୍ବର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଗତ ତିନି ଦିନ ହେବ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ରେ ଯାତ୍ରା ଖିଲାଡି ପାର୍ବତୀ ଗଣନାଟ୍ୟ…

ମଣିଷ ର ପୂଣ୍ୟ କର୍ମ ଥିଲେ ମଧ୍ୟ ପାପ ର ଫଳ ଆଗେ କାହିଁକି ମିଳେ ଜାଣନ୍ତୁ

Posted by - May 12, 2020 169
ଜଣେ ବ୍ୟକ୍ତିକୁ ତାର ପାପ ବା ପୁଣ୍ୟର ଫଳ ଅବଶ୍ୟ ମିଳେ ବୋଲି ଆମର ପୁରାଣ ବିଶ୍ବାସ ରହିଆସିଛି। କିନ୍ତୁ ଜଣେ ଯଦି ପ୍ରଥମେ ଧର୍ମାଶ୍ରିତ ପୁଣ୍ୟ…